ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ୟୁଜିସି ମାନ୍ୟତା ମିଳିବା ପରେ ବ୍ରହ୍ମପୁର ଠାରେ ବିଧାୟକଙ୍କୁ ଧନ୍ୟବାଦ ଦେଲେ ବହୁ ଛାତ୍ର

 


ମୋ ନିୟୁଜ ଓଡିଶା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ୟୁଜିସି ମାନ୍ୟତା ମିଳିବା ପରେ ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ ଖୁସି ପ୍ରକାଶ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଏନେଇ ବ୍ରହ୍ମପୁର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ବହୁ ଛାତ୍ର ପହଞ୍ଚି ବିଧାୟକ କେ ଅନିଲ କୁମାର୍ କୁଂ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଅନୁସାରେ 

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ କରିବା ସହ ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା ଦାବିରେ ଏଆଇଡିଏସ୍ଓ ଗଞ୍ଜାମ  ଜିଲ୍ଲା କମିଟିର ନେତୃତ୍ଵରେ ଦୀର୍ଘଦିନ ଧରି  ଆନ୍ଦୋଳନ ଚାଲିଥିଲା। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତିଙ୍କ ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ ରହିଥିଲା। କୁଳପତିଙ୍କ ଅନୁରୋଧ କ୍ରମେ ସଂଗଠନ ଏବଂ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟିଥିଲେ । ସେଠାରେ ବିଶ୍ବବିଦ୍ୟାଳୟର କୁଳପତି UGC ମାନ୍ୟତା ମିଳିବାନେଇ ପ୍ରତିଶ୍ରୁତି ପ୍ରଦାନ କରିଥିଲେ  ।

Post a Comment

Previous Post Next Post