ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକୀ ବ୍ରହ୍ମପୁର ଠାରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ କର୍ମକର୍ତ୍ତା

 


ମୋ ନିୟୁଜ ଓଡିଶା ଅଟଳ ବିହାରୀ ବାଜପେୟୀ।ସେ ଥିଲେ ରାଜନୀତିର ଅଜାତଶତ୍ରୁ, ଆଧୁନିକ ଭାରତର କର୍ଣ୍ଣଧାର । ଓଜସ୍ବୀନି ବକ୍ତା, ଜଣେ ପ୍ରସିଦ୍ଧ ହିନ୍ଦୀ କବି ଓ ହିନ୍ଦୁସ୍ଥାନର ଜଣେ ସଫଳ ପ୍ରଧାନମନ୍ତ୍ରୀ। ଆଜି ତାଙ୍କର ଷଷ୍ଠତମ ଶ୍ରାଦ୍ଧ ବାର୍ଷିକୀ। ୨୦୧୮ ଆଜିର ଦିନରେ ସେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନରେ ବ୍ରହ୍ମପୁର କୋର୍ଟପେଟା ନିକଟସ୍ଥ ପୋଖରୀରେ ତିଳ ତର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବିଜେପି କର୍ମକର୍ତ୍ତା।ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡଃ ସୁବାସ ସାହୁଙ୍କ ସହ ବହୁ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ରହି ତାକଂର ସ୍ମୃତି ଚାରଣ କରିଥିଲେ। 

ସ୍ବର୍ଗତ ଅଟଳବିହାରୀ ବାଜପାୟୀ ରାଜନେତା ନଥିଲେ ବରଂ ଥିଲେ ରାଷ୍ଟ୍ରନେତା । ଆଜି ସେ  ନାହାଁନ୍ତି ସତକିନ୍ତୁ ତାଙ୍କର ବଳିଷ୍ଠ କାର୍ଯ୍ୟ ପାଇଁ ଆଜି ବି ସେ ପ୍ରତିଟି ଭାରତୀୟଙ୍କ ପାଇଁ ଅମର । ତାଙ୍କର ପ୍ରେରଣା, ପରାମର୍ଶ, ମାର୍ଗଦର୍ଶନ ଆର୍ଶିବାଦ ସବୁଦିନ ପାଇଁ ଦେଶର ସମ୍ପଦ ହୋଇ ରହିଛି ଓ ରହିବ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି ଶ୍ରୀ ସାହୁ ।

Post a Comment

Previous Post Next Post