ଭଞ୍ଜନଗର :ମୋ ନିୟୁଜ ଓଡିଶା ଜାମପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଙ୍କନିଧି ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ପରିଚାଳନା କରିଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରସାନନ୍ଦ ଦାଶ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବାଉଁଶଲୁଣ୍ଡି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ଅନୁପମା ସାହୁ ଯୋଗଦେଇ ଅଭିଭାବକମାନଙ୍କ ଦାୟୀତ୍ୱ ଓ ଗୁଣାତ୍ମକ ଶିକ୍ଷାର ବିକାଶରେ ସେମାନଙ୍କ ଅବଦାନ ଜରୁରୀ ବୋଲି ମତପ୍ରକାଶ କରିଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ବ୍ୟବସ୍ଥା ଓ ସାଇବର ସଚେତନତା ଉପରେ ବିଶେଷ ଆଲୋଚନା ହୋଇଥିଲା। ଉପସ୍ଥିତ ଅଭିଭାବକମାନେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ନିଜ ନିଜର ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଶାକର୍ମୀ ଲକ୍ଷ୍ମୀ ସେଠୀ, ଅଙ୍ଗନୱାଡ଼ି କର୍ମୀ ଜ୍ୟୋସ୍ନା କୁମାରୀ ଗୌଡ଼, ଉପସଭାପତି ବିଷ୍ଣୁପ୍ରିୟା ପ୍ରଧାନ, ୱାର୍ଡ଼ ମେମ୍ବର ପ୍ରତିନିଧି ଖଲିଆ ବିଶ୍ୱାଳ, ପଞ୍ଚାୟତ ପ୍ରତିନିଧି ମନୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଶେଷରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


