ମାଲକାନଗିରି ମୋ ନିୟୁଜ ଓଡିଶା ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଶିଷ ଈଶ୍ୱର ପାଟିଲ୍। ଶ୍ରୀ ପାଟିଲ ଆଜି ମାଲକାନଗିରି ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ମାଲକାନଗିରି ଜିଲ୍ଲାପାଳ ଭାବେ ସଚିନ ପାୱାର ରହିଥିବା ବେଳେ ତାଙ୍କର କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି ହୋଇଯାଇଛି। ତେବେ ଏହି ନିର୍ଦେଶ ପରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ପାଟିଲଙ୍କ ବଦଳି ହେବା ପରେ ସେ ଆଜି ଜିଲ୍ଲାର ଦାଇତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ନୂତନ ଜିଲ୍ଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।
Tags:
ଆଞ୍ଚଳିକ


