ପୁଣି ଆଉ ଏକ ବିଜେଡ଼ି ସରପଞ୍ଚଙ୍କ ନାଁ ରେ ଆସିଲା ଅନାସ୍ଥା ପ୍ରସ୍ତାବ।

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ପାଇଲିପଡ଼ା ପଞ୍ଚାୟତର ସରପଞ୍ଚ ଜୟରାମ ନାୟକଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ନାଏବ୍ ସରପଞ୍ଚଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଘଟଣା ପ୍ରକାରେ ପାଇଲିପଡ଼ା ପଞ୍ଚାୟତର ସରପଞ୍ଚ ମନରେଗା ଯୋଜନାରେ ଆସୁଥିବା ଅର୍ଥକୁ ବିନିଯୋଗ ନକରି ନିଜେ ଆତ୍ମସାତ କରିଛନ୍ତି। ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ବୈଠକରେ ଖରାପ ବ୍ୟବହାର କରିବା ସହ ବିନା ରେଜୁଲେସନରେ ଦସ୍ତଖତ କରିବାକୁ ବାଧ୍ୟ କରୁଛନ୍ତି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି କରିଥିବା ଅଭିଯୋଗ ଦର୍ଶାଇ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର। ଆଜି ଜିଲ୍ଲାପରିଷଦ, ସମିତିସଭ୍ୟ ଓ ୧୩ ଜଣ ୱାର୍ଡ ମେମ୍ବରଙ୍କ ସହ ନାଏବ ସରପଞ୍ଚ ଆସି ଭଞ୍ଜନଗର ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି। ପୂର୍ବରୁ ସେହି ବ୍ଲକର ଆମ୍ବପୁଆ ପଂଚାୟତର ବିଜେଡି ମହିଳା ସରପଞ୍ଚଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ। ଦୁଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ସରକାରଙ୍କ ନିୟମାବଳୀ ପାଳନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post