ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି କେନ୍ଦ୍ରସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ ସହସହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ସ୍ଥାନରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ରାଜ୍ୟରେ ତିରିଶତମ ପରିଗଣିତ ହେଉଥିବା ମାଲକାନଗିରି ଜିଲାରେ ପ୍ରାୟ ୭୦ଭାଗରୁ ଅଧିକ ଆଦିବାସୀ ଏବଂ ହରିଜନ ଲୋକ ବାସ କରିନ୍ତି l ଏମାନଂକର ସାମାଜିକ ବିକାଶ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ବପୁର୍ଣ ଦିଗର ବିକାଶ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହାର କିଂଚିତ ମାତ୍ରାରେ ସଫଳତା ଦେଖିବାକୁ ମିଳିଛି l ଜିଲ୍ଲାରେ ଶିକ୍ଷା ବିଭାଗରେ ହେଉଥିବା ଅନିୟମିତତା ଏବଂ ସରକାରୀ ଅର୍ଥ ହରିଲୁଟ ଭଳି ଏକ ଘଟଣା ନଜର ଆସିଛି ଚିତ୍ରକୋଣ୍ଡା ବ୍ଲକରୁ l ଚିତ୍ରକୋଣ୍ଡା ସ୍ଥିତ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ତହିଁ ମଧ୍ୟରୁ ଗୋଟିଏ l ଦୀର୍ଘ ଦିନ ଧରି ଉକ୍ତ ବିଦ୍ୟାଳୟରେ କାର୍ଯ୍ୟ କରିଥିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ତ୍ରିପାଠୀ ସରକାରୀ ନିୟମକୁ ଡଷ୍ଟବିନରେ ଫୋପାଡ଼ି ନିଜ ମନ ମୁତାବକ ଉଚ୍ଚ ବିଦ୍ୟାଳୟକୁ ପରିଚାଳନା କରୁଥିଲେ। ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀଙ୍କ ଦ୍ୱାରା ମେସ ପରିଚାଳିତ ହେଉଥିବା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣଙ୍କ ମେଟ୍ରୋନ ଦ୍ୱାରା ନିଜେ ମେସ ପରିଚାଳନା କରୁଥିଲେ l ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ଆସିଥିବା ସରକାରୀ ଅର୍ଥ ରାଶିର ଖର୍ଚର ହିସାବ ସହକାରୀ ଶିକ୍ଷକ ଏବଂ ଶିକ୍ଷୟତ୍ରୀକୁ ନ ଜଣାଇ ମିଥ୍ୟା ରସିଦ ମାଧ୍ୟମରେ ଅର୍ଥ ହେର ଫେର କରିଥିବା ତାଙ୍କ ନାମରେ ଅଭିଯୋଗ ରହିଛି l ଶ୍ରୀ ତ୍ରିପାଠୀ ଚାକିରିରୁ ଅବସର ନେବାର ଏକ ମାସରୁ ଉର୍ଦ୍ଧ ଦିନ ହୋଇ ଯାଇଥିଲେ ମଧ୍ୟ ବର୍ତମାନର ପ୍ରଧାନ ଶିକ୍ଷକଙ୍କୁ ଦାଇତ୍ୱ ନ ଦେଇ ନିଜେ ସରକାରୀ ଅର୍ଥ ବ୍ୟାଙ୍କରୁ ଉଠାଣ କରୁଥିବା ଖବର ରହିଛି l ଚାକିରୀରୁ ଅବସର ନେବା ତିନି ଦିନ ପୂର୍ବରୁ ଆଇସିଟି ଲ୍ୟାବର ମରାମତି ବାବଦ ରକ୍ଷଣାବେକ୍ଷଣ କାର୍ଯ୍ୟର ସରକାରୀ ଅର୍ଥ ଓ ଅବସରର ଏକ ଦିନ ପୂର୍ବରୁ ଅନ୍ୟାନ୍ୟ ସରକାରୀ ଅର୍ଥ ଉଠାଇ କେଉଁ ବାବଦରେ ଖର୍ଚ୍ଚ କରିଛନ୍ତି ତାହାର କିଛି ଉଲେଖ ନଥିବା ସୂଚନା ରହିଥିବା ବେଳେ ପୂର୍ବରୁ ସୂଚନା ଆଇନ ଦ୍ଵାରା ମଗା ଯାଇଥିବା ତଥ୍ୟର କୌଣସି ଉତ୍ତର ମିଳିପାରି ନାହି।ଯାହାକି ତଦନ୍ତର ପରିସର ଭୁକ୍ତ ରହିଛି l ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଅବସର ନେବା ପରେ କିଭଳି ଭାବେ ବିଦ୍ୟାଳୟର ପରିସର ଭିତରେ ରହୁଛନ୍ତି ରହି ମେସ ଚଳାଉଛନ୍ତି ତାହା ବିଦ୍ୟାଳୟରେ ଥିବା ମଙ୍ଗଳ ଅଧିକାରୀ ସ୍ପଷ୍ଟ କରିବା ଦରକାର l ଏହି ସବୁ ଅଭିଯୋଗ ବାବଦରେ ପୂର୍ବରୁ ଆମେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ନେଇଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ କାହିଁକି ଚୁପ ରହିଛନ୍ତି ତାହା ସନ୍ଦେହ ଘେରରେ ରହିଛି l ରାଜ୍ୟରେ ବର୍ତମାନ ନୂତନ ସରକାରୀ ଗଠନ ହୋଇଥିବା ବେଳେ ପୂର୍ବତନ ସରକାର ସମୟରେ ହୋଇଥିବା ସରକାରୀ ନିୟମକୁ ଦଳିମୋକଚି ହେଉଥିବା ହରିଲୁଟ ବାବଦରେ ଜିଲ୍ଲାପ୍ରଶାସନ ଯଥା ଶୀଘ୍ର ତଦନ୍ତ କରିବାକୁ ସାଧାରଣରେ ମତପ୍ରକାଶ ହେଉଅଛି l