ମହେନ୍ଦ୍ରଗଡ କାତ୍ତୀକ ଗମାଙ୍ଗ ବିଦ୍ୟାଳୟ ଠାରେ ୭୮ତମ ସ୍ବାଧିନତା ଦିବସ ପାଳନରେ ମୋହନା ବିଧାୟକ ଜାତୀୟ ପତକା ଉତ୍ତୋଳନ କଲେ ।


   ଆର, ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ୧୫/୮/        ଗୁରୁବାର ଦିନ  ମହେନ୍ଦ୍ରଗଡ଼ ଠାରେ ମହାସମାରୋହରେ 78 ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି | ଏ ଅବସରରେ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଜାତୀୟ ପତାକା ଉତୋଳନ କରିଥିବା ବେଳେ ଗ୍ରାମ ପଞ୍ଚାୟତ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ ତ୍ରିରଙ୍ଗା ଯୁବକ ସଂଘ କାର୍ଯ୍ୟାଳୟ ଠାରେ ଗ୍ରାମ ସଭାପତି ଶ୍ରୀ ଲୁଲୁ ପଣ୍ଡା, M2 ମହଲ ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଆଲଫାବେତଜ ଇଂରାଜୀ ମାଧ୍ୟମ ପ୍ରି ସ୍କୁଲ ଠାରେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଜଳସେଚନ ବିଭାଗୀୟ ଯନ୍ତ୍ରୀ ବୀରେନ୍ଦ୍ର କୁମାର ଜଗତ ସାର ଜାତୀୟ ପତାକା ଉତ୍ତୋଳନ କରିଥିଲେ |ମୋହନା ବିଧାୟକ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ଛାତ୍ର ଛାତ୍ରୀ ସଂଖ୍ୟା ବୃଦ୍ଧି ଯୋଗୁଁ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେବା ସହ ବିଦ୍ୟାଳୟର ଆନୁସଙ୍ଗିକ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ | ଆମ୍ବ୍ରିତା କୁମାରୀ ସାହୁ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଚିନ୍ମୟୀ ସାହୁ ସଂଗୀତରେ ପ୍ରଥମ ଓ ସ୍କାଉଟ ଦଳର କ୍ୟାପଟେନ ପ୍ରଣବ କୁମାର ରଇତଙ୍କୁ ସିଲଡ଼ ଦେଇ ସମ୍ବର୍ଦ୍ଧିତ କରିଥିଲେ |ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିଥିଲେ |ଉଭୟ ବିଦ୍ୟାଳୟର ଶିକ୍ଷକ କର୍ମଚାରୀବୃନ୍ଦ ପରିଚାଳନା କରିଥିଲେ |

Post a Comment

Previous Post Next Post