ସ୍ୱାଧୀନତା ଦିବସ ପୂର୍ବରୁ ନକ୍ସଲଙ୍କ ଉତ୍ପାତ। ସୂଚନାଦାତା ସନ୍ଦେହରେ ନାବାଳକଙ୍କୁ ହତ୍ୟା। ସପ୍ତାହ ପୂର୍ବରୁ କରିଥିଲେ ଭାଇକୁ ହତ୍ୟା ; ବାପା ଗାଁ ଛାଡିଲେ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ସ୍ୱାଧୀନତା ଦିବସ ପୂର୍ବରୁ ନକ୍ସଲ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ପୁର୍ବତି ଓଇପାରା ଗାଁରେ ନକ୍ସଲମାନେ ଜଣେ ନାବାଳକ ସୋୟାମ ଶଙ୍କରକୁ ପୁଲିସ ଇନଫର୍ମର ସନ୍ଦେହରେ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ସୋୟାମ୍ ଦନ୍ତେୱାଡା ଭଙ୍ଗାପାଲ୍ ସ୍କୁଲରେ ପଢୁଥିଲେ।ଏକ ସପ୍ତାହ ପୂର୍ବରୁ ନକ୍ସଲମାନେ ସୋୟାମଙ୍କ ଭାଇଙ୍କୁ ମଧ୍ୟ ହତ୍ୟା କରିଥିଲେ।


ସୋୟାମ ସୀତାରାମ ତାଙ୍କ ମାଉସୀଙ୍କ ସହ ପାଲନାରରେ ରହି ତାଙ୍କ ଭଉଣୀଙ୍କ ଶବଦାହ ସମାରୋହରେ ଯୋଗ ଦେବାକୁ ଆସିଥିଲେ। ସେ ଶେଷ ରୀତିନୀତି ପରେ ପାଲାନାରକୁ ଫେରୁଥିଲେ। ନକ୍ସଲମାନେ ତାଙ୍କୁ ପୁବର୍ତି ଏବଂ ଟେକାଲଗୁଡା ମଧ୍ୟରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।  ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ନିରୀହ ଆଦିବାସୀଙ୍କୁ ପୋଲିସ୍ ସୂଚନାଦାତା ମିଥ୍ୟା ଅଭିଯୋଗରେ ହତ୍ୟା କରାଯାଉଛି। ପିତା ସୋୟାମ୍ ଧୁଡବା ଉଭୟ ପୁଅଙ୍କୁ ହରାଇବା ପରେ ନକ୍ସଲମାନଙ୍କ ଭୟ ଯୋଗୁଁ ଗାଁ ଛାଡିଛନ୍ତି।


ଏସପି କିରଣ ଚାଭାନ କହିଛନ୍ତି ଯେ ଜାଗରଗୁଣ୍ଡା ଥାନା ପୁବର୍ତିରେ ନକ୍ସଲଙ୍କ ଦ୍ୱାରା ଜଣେ ଗ୍ରାମବାସୀଙ୍କ ହତ୍ୟା ସମ୍ପର୍କରେ ସୂଚନା ମିଳିଛି।  ପ୍ରାଥମିକ ସୂଚନା ଅନୁଯାୟୀ, ପୁବର୍ତି ଗାଁର ଡବା ପାରା ନିବାସୀ ସୋୟାମ ଶଙ୍କର(୧୬)ଙ୍କୁ ୧୩ ଅଗଷ୍ଟ ରାତିରେ ନକ୍ସଲମାନେ ହତ୍ୟା କରିଥିଲେ। ଏହି ମାମଲାରେ ଜାଗରଗୁଣ୍ଡା ଥାନାରେ ନକ୍ସଲମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି।

Post a Comment

Previous Post Next Post