ଭାଲିଆପଦା ଗ୍ରାମରେ ଜଳିଗଲା ୫ ବଖରା , ଜଣେ ଗିରଫ

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ଥାନା ଭାଲିଆପଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ l ବୁଧବାର ଗାଁର ବିମଳା ନାୟକଙ୍କ ଘରେ ଜଣେ ଯୁବକ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି l ଅଗ୍ନିକାଣ୍ଡ ଯୋଗୁଁ ତାଙ୍କର ପାଞ୍ଚ ବଖରା ଘର ଜଳି ଯାଇଛି l ଅଭିଯୋଗ ପରେ ସେହି ଗାଁର ଉପେନ୍ଦ୍ର ନାୟକ କୁ ଗିରଫ କରିଛି ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ବିମଳା ନାୟକ ଙ୍କ ପରିବାର ଘର ପଛପଟେ ଥିଲେ l ଏହି ସମୟରେ ଘରେ ନିଆଁ ଲାଗି ଯାଇଥିଲା l ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଚାହୁଁ ଚାହୁଁ ୫ ବଖରା ଜଳିଯାଇଥିଲ l ନିଆଁ ଲାଗି ଖଟ , ଗଡ଼ରେଜ ସମେତ ଲୁଗା ପଟା ଓ ଆବଶ୍ୟକ କାଗଜ ପତ୍ର ପୋଡି ନଷ୍ଟ ହେଇଛି l ନିଆଁ ଲାଗିଥିବା ନେଇ ପରିବାର ଲୋକେ ମୋହନା ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ l ଅଗ୍ନିଶମ ବିଭାଗ ଅଧିକାରୀ କବିରାଜ ସେଠି ଓ ଟିମି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି l ତେବେ ତାଙ୍କ ଘରେ ସେହି ଗାଁର ଉପେନ୍ଦ୍ର ନାୟକ ନିଆଁ ଲଗାଇଥିବା ଅଭିଯୋଗ କରିଥିଲେ ବିମଳ ଙ୍କ ପରିବାର l ଅଭିଯୋଗ ଅନୁଯାୟୀ ଉପେନ୍ଦ୍ର କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l

Post a Comment

Previous Post Next Post