ଜିଲ୍ଲା ସ୍ତରୀୟ ନିଶା ନିବାରଣ ସମ୍ପର୍କରେ ରଚନା ଓ ବକ୍ତୃତା ପ୍ରତିଯୋଗିତା।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ସହାୟତାରେ ଆୟୋଜିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖି ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ବୃନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ ସଭାପତି ଭାବରେ ନିର୍ମଳ ଧାରୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ, ମୁଖ୍ୟ ବକ୍ତା ଭାବରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଏବଂ ଉପଖଣ୍ଡ ଡି.ଏସ.ଏସ.ଓ ସସ୍ମିତା ସ୍ବାଇଁ ଯୋଗଦାନ କରି ନିଶାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ରଚନା ଓ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l "ବିକଶିତ ଭାରତର ମନ୍ତ୍ର, ଦେଶକୁ କରିବା ସ୍ୱତନ୍ତ୍ର" ଥିଲା ରଚନା ଓ ବକ୍ତୃତା ପ୍ରତିଯୋଗିତାର ବିଷୟବସ୍ତୁ l ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ମାନେ ଏହି ରଚନା ଓ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ବର୍ଷା ବଚ୍ଚନିକା ବିଜୟଲକ୍ଷ୍ମୀ ବଳ ଉଭୟ ରଚନା ଏବଂ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ l ନିଶାରୁ ମୁକ୍ତ ରହିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା l ଆୟୋଜିତ ରା଼ଲି ରେ ପ୍ରାୟତଃ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଚାରକ ମଣ୍ଡଳୀ ଭାବରେ ଉମେଶ ଚନ୍ଦ୍ର ରାଉତ, ଟୁକୁନା ପ୍ରସାଦ ବଡୁ, ଗୌତମ ନାୟକ, ପ୍ରମୀୟ କୁମାର ମହାନ୍ତି, ସୁଶାନ୍ତ ମାଝୀ, ପ୍ରେମରେଖା ଭତ୍ରା, ତପନ କୁମାର ବେହେରା ଯୋଗଦାନ କରିଥିଲେ l ଅବକାରୀ ସବ୍-ଇନିସ୍ପେକ୍ଟର ଅଶେଷ ନାୟକ ଏବଂ ଅନ୍ୟାନ୍ୟ ଅବକାରୀ ଅଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଶେଷରେ ଉମେଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

Previous Post Next Post