ହର ଘର ତ୍ରିକୋଣ ଅଭିଯାନ ହେତୁ ବାଇକ୍ , ସାଇକେଲ ରାଲି ଏବଂ ବୃକ୍ଷରୋପଣ।

ମାଲକାନଗିରି(ନିରଞ୍ଜନ ମଲ୍ଲ)

୭୮ତମ ଗଣତନ୍ତ୍ର ଦିବସକୁ ଲକ୍ଷ୍ୟ ରଖି ହର ଘର ତିରଙ୍ଗା ଅଭିଆନ ଅବସରରେ ଆଜି ମାଲକାନଗିରି କଲେଜ ସହଯୋଗରେ  ମାଲକାନଗିରି ବିଏସଏଫ ସେକ୍ଟର ମୁଖ୍ୟାଳୟ ଦ୍ୱାରା “ବାଇକ୍ ଏବଂ ସାଇକେଲ ରାଲି” ଆୟୋଜିତ ହୋଇଥିଲା। ଏଥିରେ ମାଲକାନଗିରି ବିଏସଏଫ ଡିଆଇଜି ବିଜୟ ସିହ୍ନା ଯୋଗ ଦେବା ସହ ରାଲିରେ ସାମିଲ ହୋଇଥିଲେ। ଏହି ସାଇକେଲ ଏବଂ ବାଇକ ରାଲି ଏମଭି-୦୩ ପରିସରରୁ ଆରମ୍ଭ ହୋଇ ଏମଭି-୦୩ ଗାଁ , ଏମଭ-୪୩, ଏମଭି-୪୨ ଗାଁ ମଧ୍ୟ ଦେଇ ସରକାରୀ ଡିଗ୍ରୀ କଲେଜ୍ ପରିସରରେ ପହଁଞ୍ଚିଥିଲେ। ଏହି ଅବସରରେ ମାଲକାନଗିରି କଲେଜ ଅଧ୍ୟକ୍ଷ ଏ.କେ ଷଡ଼ଙ୍ଗୀ  , ଅଧ୍ୟାପକ ରଞ୍ଜନ ସ୍ବାଇଁଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।ଏହି ଦିନକୁ ସ୍ମରଣୀୟ କରିବା ପାଇଁ କଲେଜ ପରିସର ମଧ୍ୟରେ ଅଧ୍ୟକ୍ଷ  , ଅଧ୍ୟାପକ ଏବଂ ବିଏସଏଫ କର୍ମକର୍ତ୍ତାଙ୍କୁ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

Post a Comment

Previous Post Next Post