ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ଚିତ୍ରକୋଣ୍ଡା ବିଧାୟକ ଙ୍କ ବାଲିମେଳା ସହର ପାଇଁ ବିଧାୟକ ପ୍ରତିନିଧି ହେଲେ କଂଗ୍ରେସ ନେତା ଇସାକ ଖୋସଲା। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଆଜି ନିଜର ପ୍ରତିନିଧି ଭାବେ ଜିଲ୍ଲା ର ସବୁ ବିଭାଗ ସମେତ ବାଲିମେଳା ସହରର ସମସ୍ତ ବିଭାଗ ଏବଂ କାର୍ଯ୍ୟାଳୟ କୁ ନିଜର ଚିଠି ମାଧ୍ୟମରେ ଜଣାଇଛନ୍ତି। ଇସାକ ନିଜର ଛାତ୍ର ଜୀବନ ରୁ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ଯୁବ କଂଗ୍ରେସ ନେତା ଭାବେ ଜିଲ୍ଲା ର ଜଣେ ଚର୍ଚ୍ଚିତ ଚେହେରା। ଗତ ବିଧାୟକ ଏବଂ ସାଂସଦ ନିର୍ବାଚନ ରେ ମଧ୍ୟ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଙ୍କୁ ଜିତାଇବା ପଛରେ ଇସାକ ଙ୍କର ହାତ ରହିଥିବା ସାଧାରଣ ରେ ବହୁ ଚର୍ଚ୍ଚା ହେଉଛି। ତେବେ ଇସାକ ଆଜି ବିଧାୟକ ପ୍ରତିନିଧି ହେବା ପରେ ବାଲିମେଳା ସହର ତଥା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରେ ବିଧାୟକ ଙ୍କ ସହ ମିଶି ନିର୍ବାଚନ ମଣ୍ଡଳୀ ର ବିକାଶ ନିମନ୍ତେ ସେ ସଂକଳ୍ପବଦ୍ଧ ସଦାସର୍ବଦା ରହିଥିବା କହିଛନ୍ତି। ଆଜି ଇସାକ ବିଧାୟକ ପ୍ରତିନିଧି ଭାବେ ଚୟନ ହେବା ପରେ ବାଲିମେଳା ନଗର କଂଗ୍ରେସ ସମେତ ଜିଲ୍ଲା କଂଗ୍ରେସ କମିଟି ଓ ଯୁବ କଂଗ୍ରେସ ର କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।


