ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ନକ୍ସଲ ପାଳୁଛନ୍ତି ନକ୍ସଲ ଶହୀଦ ସପ୍ତାହ।ସୁକୁମା ଜିଲ୍ଲାରେ ଏହାକୁ ଦୃଷ୍ଟିରେ ରଖି ସିଆରପିଏଫ୍ ୧୫୦ , କୋବ୍ରା ୨୦୧ ଏବଂ ଜିଲ୍ଲା ପୁଲିସର ଏକ ଟିମ୍ ସର୍ଚ୍ଚ ଅପରେସନରେ ଯାଇଥିଲେ। ଜଙ୍ଗଲରେ ଥିବା ଏକ ନକ୍ସଲ ସ୍ମାରକକୁ ଧ୍ବଂସ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ହିତକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ମିଳିଥିବା ସୂଚନାନୁଯାୟୀ ଏପଟେ ଜାଗରଗୁଣ୍ଡା ଥାନା ଅନ୍ତର୍ଗତ ଟେକଲଗୁଡମ ଶିବିରରୁ ଜିଲ୍ଲା ପୁଲିସ ସହ ସିଆରପିଏଫ୍, କୋବ୍ରା ଯବାନ ତିମାପୁରମ ଯାଇଥିଲେ। ତିମାପୁରମ ଗାଁ ନିକଟରେ ଥିବା ଏକ ନକ୍ସଲ ସ୍ମାରକକୁ ଯବାନ ମାଟିରେ ମିଶାଇବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବୁଝାଇଥିଲେ।ଏହା ସହିତ ନକ୍ସଲ ଥଇଥାନ ଏବଂ ପୁନର୍ବାସ ଯୋଜନା ସମ୍ପର୍କରେ ବୁଝାଇଥିଲେ। ସେପଟେ ଦଣ୍ଡକାରଣ୍ୟ ସ୍ପେଶଲ ଜୋନାଲ କମିଟି ପକ୍ଷରୁ ଏକ ଭିଡିଓ ଜାରୀ କରାଯାଇଛି। ଯେଉଁଥିରେ ମୃତ୍ୟୁ ବରଣ କରିଥିବା କିଛି ନକ୍ସଲ ସାଥିଙ୍କ ସ୍ମୃତି ଚାରଣ କରୁଛନ୍ତି। ଅପରେସନ କଗାରକୁ ବିରୋଧ,ଜନ ଆନ୍ଦୋଳନ , ଗୋରିଲା ଯୁଦ୍ଧକୁ ଡେଇଁ ପଡ଼ିବାକୁ ଯୁବକ ଯୁବତୀଙ୍କୁ ଆହ୍ବାନ କରୁଛି ନକ୍ସଲ ସଂଗଠନ।
Tags:
ମୁଖ୍ୟ ଖବର