ବିଭିନ୍ନ କାର୍ଯ୍ୟ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଛାତ୍ରଛାତ୍ରୀ ଓ ଚାଷୀ

 


ବିଭିନ୍ନ କାର୍ଯ୍ୟ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଛାତ୍ରଛାତ୍ରୀ ଓ ଚାଷୀ 

ମାଲକାନଗିରି  ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

କୋରୁକୋଣ୍ଡା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ସବୁବେଳେ ଝୁଲୁଛି ତାଲା। କାର୍ଯ୍ୟାଳୟ ଖୋଲିବା ଏବଂ ବନ୍ଦ କରିବାର ରହୁନାହିଁ କୌଣସି ନିର୍ଦ୍ଦିଷ୍ଟ ସମୟ। ଚାଷୀ ଧାନ ବିକ୍ରି କରିବା ନିମନ୍ତେ ମଣ୍ଡିକାର୍ଡ କରିବା ହେଉ କିମ୍ବା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ନାମ ଲେଖା ନିମନ୍ତେ ଛାତ୍ରଛାତ୍ରୀଙ୍କ ଜାତି ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଆବେଦନ , ଲଗାଣ ବର୍ଷାରେ ଫସଲ କ୍ଷୟକ୍ଷତିର ତଦନ୍ତ ନିମନ୍ତେ ଆବେଦନ ପତ୍ର ପ୍ରଦାନ କରିବା ନିମନ୍ତେ ଅଞ୍ଚଳର ଚାଷୀ ସମେତ ଛାତ୍ରଛାତ୍ରୀ ଆସି ବହୁ ସମୟ ଅପେକ୍ଷା କରି ଫେରି ଯାଉଥିବାର ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମାରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆଜି ଦିନ ଘ୧୧.୩୦ମିନିଟ ପର୍ଯ୍ୟନ୍ତ ତାଲା ଝୁଲୁଥିବା ବେଳେ ଅଞ୍ଚଳର ବହୁ ଲୋକ କାର୍ଯ୍ୟାଳୟ ବାହାରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ରାଜସ୍ୱ ନିରିକ୍ଷକ ପ୍ରଦୀପ କୁମାର ବରାଡ ଟ୍ରେନିଙ୍ଗରେ ଯାଇଥିବା କାରଣରୁ ଅତିରିକ୍ତ ରଜସ୍ବ ନିରିକ୍ଷକ ବାକୁଳି ସରକାର ଦାୟିତ୍ୱରେ ଥିବା ଜଣାପଡିଛି। ଦାୟିତ୍ୱରେ ରହିବା ଦିନ ଠାରୁ କାର୍ଯ୍ୟାଳୟ ଡେରିରେ ଖୋଳୁଥିବାର ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି ।ଏନେଇ ଅତିରିକ୍ତ ଦହସିଲଦାର ଉମେଶ କୁମାର ପୂଜାରୀଙ୍କୁ ପଚାରିବାରୁ ଏନେଇ ସେ ଜାଣି ନଥିବା କହିବା ସହିତ ଠିକ ସମୟରେ କାର୍ଯ୍ୟାଳୟ ଖୋଲିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

Post a Comment

Previous Post Next Post