ଭଂଜନଗର :ମୋ ନିୟୁଜ ଓଡିଶା ଆଜି ଭଂଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଲାଲସିଂ କ୍ଲଷ୍ଟର ବୁଦୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଲାଲସିଂ କ୍ଲଷ୍ଟର ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲାଲସିଂ କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ୱିତୀକୃଷ୍ଣ ଲେଙ୍କାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଲସିଂ କ୍ଲଷ୍ଟର ଅଧିନରେ ଥିବା ୧୨ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ଭଂଜନଗର ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମୋହନ ସାହୁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତି ସଂଯୁକ୍ତା କୁମାରୀ ବିଷୋୟୀ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତି ରମିତା କୁମାରୀ ସାହୁ, ପୂର୍ବତନ ସିଆରସିସି ଶ୍ରୀ ବୃନ୍ଦାବନ ସେଠୀ, କାହ୍ନୁ ରାଉତ ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତତ୍ତ୍ୱ ଦର୍ଶିନୀ ପ୍ରଧାନ, ବୁଦୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ଶ୍ରୀ କାଳୀଚରଣ ଆଚାର୍ଯ୍ୟ ସହିତ ସିଆରସିସି ଶ୍ରୀ ଦ୍ୱିତୀକୃଷ୍ଣ ଲେଙ୍କା ମଞ୍ଚାସିନ ଥିଲେ। ଏହି ଅବସରରେ ନିଜର ଶିକ୍ଷକତା କର୍ମମୟ ଜୀବନ ରୁ ଅବସର ଗ୍ରହଣ କରିଥିବା ରାଜକୁଣ୍ଡୁ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ମୋହନ ସାହୁ, ବୁଦୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ଶ୍ରୀମତି ସଂଯୁକ୍ତା କୁମାରୀ ବିଷୋୟୀ ଓ ଶ୍ରୀମତି ରମିତା କୁମାରୀ ସାହୁଙ୍କୁ ମାନପତ୍ର, ଉପଢ଼ୌକନ, କଲମ, ପୁଷ୍ପଗୁଚ୍ଛ ଓ ଗୀତା ବହି ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ଧନଞ୍ଜୟନଗର ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ହେମଲତା ଦେଇଙ୍କ ଅନୁପସ୍ଥିତିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ବନ୍ଦନା ପ୍ରଧାନ ମାନପତ୍ର ଗ୍ରହଣ କରିଥିଲେ। ଲାଲସିଂ କ୍ଲଷ୍ଟରର ପୂର୍ବତନ ସିଆରସିସି ଶ୍ରୀ ବୃନ୍ଦାବନ ସେଠୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା। ବୁଦୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତି ରତ୍ନମାଳା ଶତପଥୀ ଓ ବିରିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜେଶ୍ କୁମାର ପ୍ରଧାନ ମାନପତ୍ର ପଠନ କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସଭାପତି ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାଳୀଚରଣ ପରିଡ଼ା ସଭାର ପରି ସମାପ୍ତି ଘୋଷଣା କରିଥିଲେ। ଏହି ଅବସରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


