ସାମୁହିକ ଔଷଧ ସେବନ କାର୍ଯ୍ୟରେ କାର୍ଡ ସ୍ୱେଚ୍ଛାସେବୀ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ସାମୂହିକ ଔଷଧ ସେବନ କାର୍ଯ୍ୟରେ ସାମାଜିକ ଅନୁଷ୍ଠାନ କାର୍ଡ ସ୍ୱେଚ୍ଛାସେବୀ ମାନେ ନିଯୋଜିତ ରହି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାଇଲେରିଆ ଦୂରୀକରଣ ନିମନ୍ତେ ଅନୁଷ୍ଠିତ ହୋଇଥିବା ସାମୁହିକ ଔଷଧ ସେବନ କାର୍ଯ୍ୟ ଗତ ଅଗଷ୍ଟ ୨୨ ତାରିଖରେ ସମାପ୍ତ ହୋଇଛି। ବର୍ତ୍ତମାନ ଫାଇଲେରିଆ ରୋଗୀଙ୍କ ତଥ୍ୟ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟବିଭାଗ ଏବଂ କାର୍ଡ ଅନୁଷ୍ଠାନ ତାଲିମ୍ ପ୍ରାପ୍ତ ସ୍ୱେଚ୍ଛାସେବୀ କାର୍ଯ୍ୟ ଜାରି ରଖିଛନ୍ତି। ଜିଲ୍ଲାର ୧୯ ଗୋଟି ବ୍ଲକରେ କାର୍ଯ୍ୟ ଚାଲିଥିବା ବେଳେ ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା ବ୍ଲକ ଓ ଏନଏସି ଅଞ୍ଚଳରେ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଲୋକଙ୍କୁ ଫାଇଲେରିଆ ରୋଗ କାରଣ ଓ ନିରାକରଣ ପାଇଁ ରହିଥିବା ବିଭିନ୍ନ ଦିଗ ଉପରେ ବୁଝାଇବା ସହିତ ଏହାକୁ ଦୂରୀକରଣ ପାଇଁ ସରକାରଙ୍କ ଦ୍ୱାରା ଜାରି ରହିଥିବା ସାମୁହିକ ଔଷଧ ସେବନ ମହତ୍ୱ ସମ୍ପର୍କରେ କହୁଥିଲେ। କାର୍ଡ ଅନୁଷ୍ଠାନ ପ୍ରତେକ୍ଷ ତତ୍ୱାବଧାନରେ ସହଯୋଗୀ ସଂସ୍ଥା ନିଗମାନନ୍ଦ ଏଜୁକେସନ ସେଣ୍ଟର ସମ୍ପାଦକ ସତ୍ୟନାରାୟଣ ମିଶ୍ରଙ୍କ ସମେତ ଶିବରାମ ରାଉତ, ଅକ୍ଷୟ କୁମାର ନାୟକ, ସୁବ୍ରତ କୁମାର ଭୂୟାଁ, ରାହୁଲ ବେହେରା, ଆଶିଷ କୁମାର ସ୍ୱାଇଁ, ରବୀନ୍ଦ୍ର ମହାରଣା, ତୃପ୍ତିମୟୀ ଦଳବେହେରା, ଟ୍ୱିଙ୍କିଲ ସିଂ, ମାଣିକ ଖାଡେଙ୍ଗା ପ୍ରମୁଖ ସ୍ୱେଚ୍ଛାସେବୀ ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଏହିଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଡ ଏବଂ ଏନଇସି ଅନୁଷ୍ଠାନକୁ ପ୍ରଂଶସା କରାଯାଉ ଥିବା ଦେଖିବାକୁ ମିଳୁଛି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post