ମାଲକାନଗିରି ଜିଲ୍ଲାକୁ ରେଳପଥ ସଂଯୋଗ ନିମନ୍ତେ ଅର୍ଥ ମଞ୍ଜୁର।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲାକୁ ଆଉ ଗଡିବ ରେଳ। ରେଳ ମାର୍ଗରେ ଯୋଡି ହେଲେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲାରେ ହେବ ଅର୍ଥନୈତିକ,ପର୍ଯ୍ୟଟନ କ୍ଷେତ୍ରରେ ବିକାଶ। ସବୁ ବର୍ଗକୁ ମିଳିପାରିବ ରୋଜଗାର।ପ୍ରତି ଥର ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଦୀର୍ଘ ଦଶନ୍ଧି ଧରି ରେଳପଥ ଯୋଗାଯୋଗ ନେଇ କେବଳ ମାପ ଚୁପରେ ଅଟକି ରହିଯାଇଥିଲା।ଏଥର ଆଶା ଯେମିତି ଲୋକଙ୍କ ମଉଳି ନ ଯାଉ।

ଓଡ଼ିଶା ପାଇଁ ୬ ନୂଆ ରେଳ ପ୍ରକଳ୍ପ । ୮ଟି ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଞ୍ଜୁରୀ ମିଳିଛି । ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତେବେ ୮ଟି ମଧ୍ୟରୁ ୬ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଉଦ୍ଦିଷ୍ଟ ରହିଛି । ଯାହାକି ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ବିକାଶର ମାପଦଣ୍ଡ ପାଲଟିବ । ଏହାସହ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ମଧ୍ୟ ରେଳ ମାର୍ଗ ଯୋଡ଼ି ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି ।ଓଡ଼ିଶା ପାଇଁ ୬ ରେଳ ପ୍ରକଳ୍ପ ମଧ୍ୟରେ ରହିଛି ଗୁଣପୁର-ଥିରୁବାଲି ୭୩ କିମି ନୂଆ ରେଳ ଲାଇନ, ଜୁନାଗଡ଼-ନବରଙ୍ଗପୁର ୧୧୬ କିମି ନୂଆ ରେଳ ଲାଇନ, ମାଲକାନଗିରି-ପାଣ୍ଡୁରଙ୍ଗପୁରମ ୧୭୩ କିମି ନୂଆ ରେଳ ଲାଇନ୍ ହେବ। ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳରେ ବିକାଶର ନୂଆ ସୂର୍ଯ୍ୟ ଉଦୟ ହେବ । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଡ଼ିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହା ସହ "ୱେଷ୍ଟର୍ଣ୍ଣ ଓଡ଼ିଶା ଓ ସାଉଥ୍ ଓଡ଼ିଶା' ମଧ୍ୟରେ ଏକ ପ୍ରକାରର ଯୋଗାଯୋଗ ହୋଇପାରିବ । ଯାହା ଫଳରେ ତେଲେଙ୍ଗାନା ଓ ଆନ୍ଧ୍ରାକୁ ଯୋଡ଼ି ଏକ ନୂଆ ରେଳ କରିଡ଼ର ହୋଇପାରିବ। ଏହା ଅର୍ଥନୀତି, ପର୍ଯ୍ୟଟନ, ଚାକିରି କ୍ଷେତ୍ରରେ, ଶକ୍ତି କ୍ଷେତ୍ରରେ ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।ଏନେଇ ମାଲକାନଗିରି ଜିଲ୍ଲାବାସୀଙ୍କ ମନରେ ଖୁସି ଆଣିଦେଇଛି।ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବାର ପଥ ଖୋଲିଛି ।ମାଲକାନଗିରି ଜିଲ୍ଲାକୁ ଯାତାୟାତ ଏକ ମାତ୍ର ମାଧ୍ୟମ ହେଉଛି ସଡ଼କ ପଥ।ଏଣୁ ଅନେକ କ୍ଷେତ୍ରରେ ପଛରେ ପଡିଛି ମାଲକାନଗିରି ଜିଲ୍ଲା।ରେଳ ପଥ ଯୋଗାଯୋଗ ହେଲେ ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ ଯାହାକୁ ଦେଖିବା ପାଇଁ ଲୋକେ ଦୂର ଦୁରାନ୍ତରୁ ଛୁଟି ଆସିବେ।ଏହା ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ।ଜିଲ୍ଲାରେ ହେଉଥିବା ଜଙ୍ଗଲ ଜାତ ଦ୍ରବ୍ଯ ଏବଂ କୃଷି ଶସ୍ଯକୁ ବାହାର ରାଜ୍ୟରେ କାରବାର କରିବାକୁ ସୁବିଧା ହେବ।ଅନେକ ଖଣିଜ ସମ୍ପଦରେ ଭର ପୁର ରହିଛି ମାଲକାନଗିରି ଜିଲ୍ଲା ତେଣୁ ଏସବୁକୁ ଉପଯୋଗ ସହଜରେ ହୋଇପାରିବ ରେଳ ପଥ ଯୋଗାଯୋଗ ହୋଇ ପାରିଲେ।ଆଉ ଏହା ଦ୍ୱାରା ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇ ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି।ପ୍ରତି ବର୍ଷ ବଜେଟରେ ମାଲକାନଗିରି ଜିଲ୍ଲାର ରେଳପଥ ନେଇ ଅର୍ଥ ମଞ୍ଜୁରୀ ହେଉଛି।ହେଲେ କାର୍ଯ୍ୟ କ୍ଷେତ୍ରରେ ତାହା ପ୍ରତିଫଳିତ ହୋଇ ପାରୁନାହିଁ । ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ।ପୂର୍ବରୁ ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର ଦୋଷ ଲଦାଲଦୀ ହୋଇ ଦିନ ଗଡାଇ ଚାଲିଥିଲେ।୧୯୮୦ ମସିହାରେ ବଜେଟ ପାଇଁ ଆଲୋଚନା ହୋଇଥିଲା।୨୦୦୦ ବଜେଟ ଆଗତ ହେଲା

୨୦୧୬ ମସିହାରେ ୨୩୪୩ କୋଟି।

2018 ମସିହାରେ ତୁରନ୍ତ କାର୍ଯ୍ୟକାରୀ ପାଇଁ 121km ପାଇଁ 2676.11କୋଟି ପାସ କରାଗଲା। 2018 ରେ ମାପ ଜୁପ ଆରମ୍ଭ ହୋଇ ଭିତିପ୍ରସ୍ତର ପଡିଥିଲା।ତତ୍କାଳୀନ BJD ଦଳରେ ଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବର୍ତ୍ତମାନ BJP ଦଳରେ ନବରଙ୍ଗପୁର ସାଂସଦ ରହିଛନ୍ତି।ଲୋକଙ୍କ ଆଶା ଆଶାରେ ରହି ଯାଉଥିଲା।ଏଥର ଉଭୟ ରାଜ୍ୟ ଆଉ କେନ୍ଦ୍ର ରେ ଗୋଟିଏ ସରକାର।ତେଣୁ  ଏଥର ଲୋକଙ୍କ ସ୍ୱପ୍ନ ବାସ୍ତବରେ ପୂରଣ ହେବ ବୋଲି ଆଶା କରିଛନ୍ତି।ମାଲକାନଗିରି ଜିଲ୍ଲାର ଲୋକଙ୍କ ସ୍ୱପ୍ନ ସାକାର ହେବ ଆଉ ରେଳ ପଥରେ ଯାତାୟତ କରିବେ ଜିଲ୍ଲାବାସୀ।ହେଲେ ସବୁଥର ଭଳି ଏଥର ମାପ ଚୁପରେ ନ ରହି କାମରେ ଆଗକୁ ବଢ଼ିଲେ ହେଲା।ନଚେତ ସବୁଥର ଭଳି ଏଥର ମଧ୍ୟ ଜିଲ୍ଲାବାସୀ ନିରାଶ ହେବା ନେଇ ସାଧାରଣରେ ଚର୍ଚ୍ଚା।

Post a Comment

Previous Post Next Post