କୋରୁକୋଣ୍ଡା।
ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)ଆଜି ସକାଳେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ଅଧୀନ ପୋଟ୍ରେଲ ଗ୍ରାମ ପଞ୍ଚାୟତ ପୋଟ୍ରେଲ ଛକ ନିକଟ ରାସ୍ତା କଡରୁ ଏକ ବାଇକ ଚାଳକଙ୍କ ମୃତ ଦେହ ଉଧାର । ଉକ୍ତ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପୋଟ୍ରେଲ ଗ୍ରାମର ରାଜୁ ପଙ୍ଗିଙ୍କ ବଡ ପୁଅ ରାହୁଲ ପାଙ୍ଗି(୨୫) । ପରିବାର ଲୋକଙ୍କ କହିବା ଅନୁଯାଇ କାଲୀ ସନ୍ଧ୍ୟାରେ ରାହୁଲ କୌଣସି କାମରେ ବାହାରକୁ ଯାଇ ରାତିରେ ଘରକୁ ଫେରି ନଥିଲେ । ହେଲେ ଆଜି ସକାଳେ ପୋଟ୍ରେଲ ଛକ ନିକଟ ରାସ୍ତା କଡ ବୁଦା ମୂଳରେ ତାଙ୍କର ମରୁତ ଦେହ ପଡିଥିବାର ଖବର ପାଇଥିଲେ । ମୃତ ରାହୁଲଙ୍କ ମୁହଁରେ ଗଭୀର ଆହତ ଲାଗିବା ସହିତ ନିଜର ହିରୋ ବାଇକ ନଂ-ଓଡି୩୦ଏଫ୬୮୪୫ଟି ପାଖରେ ପଡିଛି । ଏନେଇ ପରିବାର ଲୋକେ କୋରୁକୋଣ୍ଡା ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ, ଖବର ପାଇ ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ଆସି ଘଟଣା ସ୍ଥଳ ଅନୁଧ୍ୟାନ କରିବା ସହିତ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟକୁ ପଠାଯାଇଛି ଏବଂ ପରିବାରରଲୋକଙ୍କ କହିବା ଅନୁଯାଇ କୌଣସି ଏକ ଅଜଣା ଗାଡି ଦୃଘଟଣା ଘଟାଇ ଥିବା ନେଇ ଅଭିଯୋଗ କରିଥିଲେ ଅଭିଝୋଗ ଅନୁଯାଇ କେଶନଂ ୧୧୩/୨୪ରେ ମାମଲା ଋଜୁକରିବା ସହିତ ଦୃଘଟଣାର ତଦନ୍ତ ଚାଲିଛି ଓ ସାବା ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ବାରିକ କହିଛନ୍ତି ।


