(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ର ଭଜନ ଗାୟିକା ସମିତା ରାଣୀ ଆଚାର୍ଯ୍ୟ ଙ୍କୁ ଭଜନ ଗାୟିକା ଭାବେ ଓଡ଼ିଶା ମାଟିର ଗୌରବ ସମ୍ମାନ ପ୍ରଦାନ କରା ଯାଇଛି।ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ପ୍ରଥମ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଓଡିଶା ମାଟିର ଗୌରବ ସମ୍ମାନ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସମିତା ରାଣୀ ଙ୍କୁ ପ୍ରଦାନ କରାଯାଇଥିଲା l ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ମ୍ୟାନେଜିଂ ଡାଇରେକ୍ଟର ସ୍ମିତା ପାଣିଗ୍ରାହୀ, ପ୍ରଯୋଜକ ଧିରେନ ତ୍ରିପାଠୀ, କାର୍ଯ୍ୟକାରୀ ପ୍ରଯୋଜକ ଲଲାଟେନ୍ଦୁ ଜେନା ଙ୍କ ସହ ନନ୍ଦନ ଇଣ୍ଟରନେସନାଲର ଶିବରାମ ସାହୁ, ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ପ୍ରଯୋଜକ ପ୍ରୀତମ, ନିର୍ଦ୍ଦେଶକ ତାପସ ସରଘରିଆ, ରମେଶ ରାଉତ ଏବଂ ନିରଞ୍ଜନ ବେହେରା ପ୍ରମୁଖଙ୍କ ଉପସ୍ଥିତି ରେ ଏପରି ଉତ୍ସଵ ଆୟୋଜିତ ହୋଇଥିଲା। ସେହିପରି ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ତରଫରୁ ୧୫୦ ଜଣ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା l ଏଠାରେ ଗାୟିକା ସମିତାରାଣୀ ଙ୍କୁ ମାନପତ୍ର, ଟ୍ରଫି ଓ ଉପଢୋକନ୍ ପ୍ରଦାନ ପୂର୍ବକ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ ସମିିତାରାଣି ଙ୍କୁ ପୁର୍ବରୁ ମଧ୍ୟ ବହୁ ଅନୁଷ୍ଠାନ ତରଫରୁ ସମ୍ମାନ ପ୍ରଦାନ କରାଯାଇଛି । ସେ ବହୁ ଭଜନ ଗାନ କରିଥିବା ବେଳେ ଅଭିନୟ ମଧ୍ୟ କରିଛନ୍ତି,। ସମିତା ରାଣୀ ଙ୍କ ଘର୍ ସ୍ଵର୍ଣ୍ଣମୟୀ ନଗର ଓ ତାଙ୍କ ସ୍ଵାମୀ ଙ୍କ ନାମ ଭାସ୍କର ମିଶ୍ର । ଆଗକୁ ଆହୁରି ସଙ୍ଗୀତ ଗାନ କରିବା କୁ ତାଙ୍କ ଆଶା ରହିଛି । ସ୍ବାମୀ ଙ୍କ ସହଯୋଗ ପିତା ମାତା ଙ୍କ ପ୍ରେରଣା ଯୋଗୁଁ ସେ ଠାକୁର ଙ୍କ ଭଜନ ଗାନ କରିବାକୁ ଭଲ ପାଉଥିବା କହିଛନ୍ତି । ସମିତାଙ୍କ ଏପରି ସଫଳତା ଲାଗି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରା ଯାଇଛି।