ମୋ ନିୟୁଜ ଓଡିଶା କାଳିମେଘି ଜାଗିଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ହିନ୍ଦୀ ଶିକ୍ଷକ ସୌଭାଗ୍ୟ କୁମାର ମିଶ୍ରଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ କାଲିମେଘି ପଂଚାୟତର ସରପଞ୍ଚ ଅର୍ଚନା ତ୍ରିପାଠୀ, ସମିତି ସଭ୍ୟ ନୟନୀ ଗୌଡ଼ ,ପୂର୍ବତନ ସରପଞ୍ଚ ବଳଭଦ୍ର ଜେନା, ବିଶ୍ଵାମିତ୍ର ତ୍ରିପାଠୀ, ଅମର ଜେନା, ଜଟେଶ୍ୱର ଦାଶ, କୈଳାଶ ଦାସ ଓ କୀର୍ତନ ତରେଇ ଏବଂ ଗ୍ରାମର କିଛି ସମାଜ ସେବୀ ଯୋଗ ଦେଇଥିଲେ। ସରପଞ୍ଚ ମହୋଦୟା ହିନ୍ଦୀ ଶିକ୍ଷକ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ।ଏଥିରେ ବେଗୁନିଆ ପଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଯୋତିର୍ମୟୀ ନନ୍ଦ ଏବଂ ଶ୍ରୀଯୁକ୍ତ ସୋମନାଥ ସେଠି ବିଦ୍ୟାଳୟ ର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ସରପଞ୍ଚ ଶ୍ରୀମତୀ ତ୍ରିପାଠୀ ହିନ୍ଦୀ ଶିକ୍ଷକ ଙ୍କ ବିଦ୍ୟାଳୟ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। କାଲିମେଘି ଜ।ଗିଲିପଦର ଉଚ୍ଚ ବିଦ୍ୟାଳୟ ରେ ନୂତନ ଭାବେ ଯୋଗ ଦେଇଥିବା ଅତିଥି ଅଧ୍ୟ।ପକ ମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ସହଯୋଗ କରିଥିଲେ।
Tags:
ଆଞ୍ଚଳିକ