ଚର୍ଚ୍ଚାରେ ରହିବାକୁ ବାବୁଙ୍କ ଟ୍ରାକ୍ଟର ଚଢା।

 


ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ସରକାରୀ କାର୍ଯ୍ୟ ତଦାରଖ ପାଇଁ ବାବୁଙ୍କ ଟ୍ରାକ୍ଟର ଚଢା। ଅତି ବଢିଆ କଥା,ପରିଶ୍ରମ କରି ଅଞ୍ଚଳର ସମସ୍ୟା ଦୂର କଲେ ପ୍ରଶଂସା ତ ମିଳିବ। ହେଲେ ଯଦି କିଛି ପ୍ରାୟୋଜିତ ହୋଇଥାଏ ତେବେ ନିଶ୍ଚିନ୍ତ ଭାବେ  ଏହା କ୍ଷଣସ୍ଥାୟୀ। ଅଞ୍ଚଳରେ ଆଲୋଚନା ଆମେ ଏମିତି ଅନେକ ଖବର ଦେଖିଛୁ ଟ୍ରାକ୍ଟର, ସାଇକେଲ,ଚାଲି ଚାଲି, ଏମିତି କି ଘୋଡ଼ା ଚଢ଼ି କାର୍ଯ୍ୟ ତଦାରଖ କରିବା ଘଟଣା।ବାବୁମାନେ ସରକାରୀ କାର୍ଯ୍ୟ ତଦାରଖ ପାଇଁ ଟ୍ରାକ୍ଟରରେ ବସି ଦୀର୍ଘ ୧୨ କିଲୋମିଟର ଯାଇଥିଲେ। କିଛି ବାଟ ଚାଲି ଚାଲି ମଧ୍ୟ ଯାଇଥିଲେ ହେଲେ କିନ୍ତୁ ସାହେବ କେତେ ବାଟ ଚାଲିଲେ ଆଉ କେତେ ବାଟ ଟ୍ରାକ୍ଟରରେ ଗଲେ ତାହା କହିଥିଲେ ଭଲ ହୋଇଥାନ୍ତା। ଲୋକମାନେ କୁଆଡେ ଖବର ଦେଖି ପ୍ରଶଂସା କରିଛନ୍ତି।ଭଲ କଥା.! କେତେ କିଲୋମିଟର ଚାଲିଲେ ଦେଖିଥିଲେ ଆଉ ଅଧିକ ପ୍ରଶଂସା କରିଥାନ୍ତେ।ଖବରରୁ ଯାହା ଜଣାପଡୁଛି ଅତି ଦୁର୍ଗମ ଅଞ୍ଚଳକୁ ବାବୁମାନେ ଯାଇଥିଲେ। ତେବେ ଯିବା ରାସ୍ତାରେ ଆଉ କଣ କଲେ ବା କଣ ସବୁ ଘଟିଲା ଦେଖେଇ ଥିଲେ। ଦର୍ଶକ ଆହୁରି ରୋମାଞ୍ଚିତ ହୋଇଥାନ୍ତେ।ତା ସାଙ୍ଗକୁ ଯଦି ସେ ଅଞ୍ଚଳ ଲୋକଙ୍କ ଯେଉଁ ସବୁ ସମସ୍ୟା ବୁଝି ଆସିଲେ।କେତେ ଦିନରେ ସମାଧାନ କରିବେ କହି ଦେଇଥିଲେ। ଲୋକମାନେ ସେତିକି ଦିନ ଆଶ୍ଵସ୍ତ ହୋଇ ଯାଇଥାନ୍ତେ। ବିଗତ କିଛି ଦିନ ପୂର୍ବରୁ ଲଗାଣ ବର୍ଷା ହୋଇ ଜିଲ୍ଲାରେ ଅନେକ କ୍ଷୟକ୍ଷତି ହୋଇଛି। ଖଇରପୁଟ ଅଞ୍ଚଳରେ ମଧ୍ୟ କିଛି ନା କିଛି କ୍ଷୟକ୍ଷତି ହୋଇଥିବ। ବାବୁମାନଙ୍କର ଚାଲି ଚାଲି , ସାଇକେଲ ଚଢି କିମ୍ବା ମଟରସାଇକେଲରେ କ୍ଷୟକ୍ଷତିର ତଦାରଖ ଖବର ଦେଖିଲୁ ନାହିଁ ବୋଲି କିଛି ସ୍ଥାନୀୟ ବାସୀଙ୍କ କ୍ଷୋଭ। ଲୋକଙ୍କ କାର୍ଯ୍ୟ କରିବାକୁ ମାସକୁ ମାସ ସରକାରଙ୍କ ଠାରୁ ମୋଟା ଅଙ୍କ ଖୋସି ଦଉଛ ତ.! ସେ ଭିଡିଓ ଟିକେ ଉଠେଇକି ଟିକେ ଗଣମାଧ୍ୟମକୁ ଦଉନ ବୋଲି ସାଧାରଣରେ ଚର୍ଚ୍ଚା। ସରକାରୀ କାର୍ଯ୍ୟ ପାଇଁ ଯାଉଛ ନା ନେତା ସାଜିବା ପାଇଁ ଯାଉଛ ନା ସମାଜସେବା କରିବାକୁ ଯାଉଛ ଯେ ଭିଡିଓ କରି ପ୍ରଶଂସା ସାଉଁଟୁଛ।ଚାଲି ଚାଲି ଯାଉଛ କି ସାଇକେଲରେ ଯାଉଛ।ନିଜ କର୍ତ୍ତବ୍ୟ କରିବା ପାଇଁ ଯାଉଛ ତ.? ନା ଆଉ କଣ ପାଇଁ.? ଲୋକଙ୍କ ସମସ୍ୟା ସମାଧାନ ହୋଇଗଲେ ତ ଲୋକମାନେ ଆପଣା ଛାଏଁ ପ୍ରଶଂସା କରିବେ। ଆରେ ଦିନେ ନାହିଁ କାଳେ ନାହିଁ,ଆଜି କେମିତି ଟ୍ରାକ୍ଟର ଚଢା ହେଲା। ଶୁଣିବାକୁ ମିଳୁଛି ଚେପାଲ ପଡ଼ାକୁ ରାସ୍ତା ନାହିଁ ; ଧୋଇ ଯାଉଛି ନିମ୍ନମାନର ପୋଲ ଶିର୍ଷକ ଏକ ଖବର ପୂର୍ବ ଦିନ ପ୍ରସାରଣ ପରେ ବାବୁଙ୍କୁ ତଦାରଖ କଥା ମନେ ପଡିଗଲା। ସେଥିପାଇଁ ହୁଏତଃ ଟ୍ରାକ୍ଟର ଚଢା ହୋଇଛି ବୋଲି କୁହାଯାଉଛି। ଏତେ ପରିଶ୍ରମ କଣ ପାଇଁ.?। ଯଦି ପୂର୍ବରୁ ଚେପାଲ ପଡ଼ା ଲୋକଙ୍କ ବାରମ୍ବାର ଅଭିଯୋଗ କରିବା ଘଟଣାକୁ ଦୃଷ୍ଟି ଦେଇଥାନ୍ତେ ତେବେ ଏତେ ପ୍ରହସନ କରିବାକୁ ପଡି ନଥାନ୍ତା ବୋଲି ଅଞ୍ଚଳବାସୀ କହୁଛନ୍ତି। ଖଇରପୁଟର ଅନେକ ଅଞ୍ଚଳବାସୀ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି, ଉତ୍ତର ଦେଇଥିଲେ ବହୁ ସମସ୍ୟାର ସମାଧାନ ହୋଇଯାଇ ପାରନ୍ତା। ତେବେ ସେ ଯାହା ହେଉ ବାବୁ ଖୋଦ ଟ୍ରାକ୍ଟର ଚଢିକି ଯାଇଛନ୍ତି ମାନେ ଚେପାଲ ପଡ଼ା , ଢେମସାପଦର , ବରଗୁଡା ,କିରିମି , ବାଲିଆମ ଭଳି ଦୁର୍ଗମ ଅଞ୍ଚଳର ଦୁଃଖ ଖୁବଶୀଘ୍ର ଦୂର ହେବ ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି।

Post a Comment

Previous Post Next Post