(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅନ୍ତର୍ଗତ ସମରଝୋଳ ଛକ ନିକଟରେ ଆଜି ସକାଳୁ ଘଟିଛି ଏକ ହୃଦୟ ବିଦାରକ ଦୁର୍ଘଟଣା l ଦୁର୍ଘଟଣାରେ ୦୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଉର୍ଦ୍ଧ ଆହତ ହୋଇଛି ବ୍ରହ୍ମପୁର ବଡମେଡିକାଲ ରେ ଚିକିତ୍ସା ହେଉଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ ସକାଳ ପ୍ରାୟ 5ଟା ସମୟରେ ଭଞ୍ଜନଗର ରୁ ଏକ ଯାତ୍ରୀବାହି ବସ ଖମ୍ବେଶ୍ବରୀ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗ ବ୍ରହ୍ମପୁର ପଟୁ ଆସିକା ଅଭିମୁଖେ ଆସୁଥିବା ଏକ କଣ୍ଟେନର ବା ମାଲ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଜାହା ଫଳରେ ଯାତ୍ରୀବାହି ବସ ଟି ନିକଟରେ ଥିବା ଏକ ଚା ଦୋକାନ ଭିତରକୁ ପଶିଯାଇଥିଲା। ଘଟଣା ସ୍ଥଳରେ ୦୪ଜଣ ଓ ପରବର୍ତ୍ତୀ ସମୟରେ ଅନ୍ୟ ଏକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ହସ୍ତଗତ ହୋଇଛି। ୨୦ ରୁ ଉର୍ଦ୍ଧ ଲୋକ ଆହତ ହୋଇଛି ମେଡିକାଲ ରେ ଚିକିତ୍ସା ହେଉଛନ୍ତି। ଖବର ପାଇ ଘଟଣା ସ୍ଥଳରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି ନିଜ ଟିମ ସହ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆସିକା ଉପଖଣ୍ଡ ଥାନା ଅଧିକାରୀ ସଞ୍ଜୟ ମହାପାତ୍ର, ହିଞ୍ଜିଳି ତହସିଲଦାର ଭିକାରି ସାହୁ, ଦମକଳ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା - ଗଞ୍ଜାମ ସମରଝୋଳ ରେ ସଡକ ଦୁର୍ଘଟଣା
*- ବ୍ରହ୍ମପୁର MKCG ରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଆହାତ ଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିନେଲେ ମନ୍ତ୍ରୀ ।
ମୃତ୍ଯୁବରଣ କରିଥିବା ବ୍ଯକ୍ତିଙ୍କ ପରିବାର କୁ ଜଣାଇଲେ ସମବେଦନା ।କେମିତି କେଉଁ ପରିସ୍ଥିତିରେ ହେଲା ଦୁର୍ଘଟଣା ଖୁବ ଶୀଘ୍ର ହେବ ତଦନ୍ତ - ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ସମରଝୋଳ ଠାରେ ଘଟିଥିବା ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହା ଅତ୍ୟନ୍ତ ହୃଦୟ ବିଦାରକ, ଦୁର୍ଘଟଣାରେ ପ୍ରଭାବିତ ମାନଙ୍କୁ ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ସମସ୍ତ ସୁବିଧା ପ୍ରଦାନ କରାଯାଉଛି । ଏପରି ଦୁର୍ଘଟଣାର ପୁନରାବୃତ୍ତି ନ ହେଉ ଧ୍ୟାନ ଦେବା ସହିତ ଏହି ଘଟଣାର ତଦନ୍ତ ପାଇଁ ବ୍ୟବସ୍ଥା କରାଯିବ ବୋଲିି କହିଛନ୍ତି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ।


