ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସାନ ଉସ୍ତାପଡ଼ା ରାସ୍ତା କଡରୁ ଗୋଟିଏ ମୃତ ନବ ଜାତ ଶିଶୁକୁ କବିସୂର୍ଯ୍ୟନଗର ପୋଲିସ ଗୁରୁବାର ଅପରାହ୍ନ 6 ଘଣ୍ଟ ସମୟରେ ଉଦ୍ଧାର କରିଛି । ଘଟଣା ରୁ ପ୍ରକାଶ ଏହି ରାସ୍ତା କଡ଼ରେ କେହି ଅଜଣା ବ୍ୟକ୍ତି ନିଜର ପାପ କର୍ମୀରୁ ମୁକ୍ତି ପାଇଁ ଗୋଟିଏ ନିରୀହ ନିଷ୍ପାପ ନବଜାତ ଶିଶୁକୁ ଛାଡି ଚାଲିଯାଇଛି । ରାସ୍ତା ରେ ଯାଉ ଥିବା ବାଟୋଇଙ୍କ ନଜର ରେ ପଡିବା ପରେ ଥାନାକୁ ଖବର ଦେଇଥିଲେ । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଶିଶୁକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ।
Tags:
ଆଞ୍ଚଳିକ


