ଗୁମ୍ମା ଠାରେ ଗାଁ ସାଥି (ମେଟ୍) ବୈଠକ ଅନୁଷ୍ଠିତ

 

ଗଜଗଜପତି ମୋ ନିୟୁଜ ଓଡିଶା -୨୨/୮/୨୪/ଗଜପତି ଜିଲ୍ଲା ଗୁମ୍ମା ଅନ୍ତର୍ଗତ ଗୁମ୍ମା ନର୍ସରୀ ଠାରେ ଗାଁ ସାଥି ର ବୈଠକ ଅନୁଷ୍ଠିତ। ଏଥିରେ ସଭାପତି ଶ୍ରୀ ରାଶିନ୍ତ ଶବର ସମ୍ପାଦକ ଆଶିକ ଗମାଙ୍ଗ ସହ ଅନ୍ୟାନ୍ୟ କର୍ମ କର୍ତ୍ତା ସହିତ ୨୦ ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗାଁ ର ଗାଁ ସାଥି ସର୍ବ ମୋଟ ୨୮୦ ରୁ ଉର୍ଦ୍ଧ୍ବ ଉପସ୍ଥିତ ଥିଲେ। ଏଥିରେ ସଭାପତି ଙ୍କ ଭକ୍ତବ୍ୟ ଥିଲା ପୂର୍ବ ସରକାରଙ୍କ ନିଦ୍ଧେର୍ଶ ପ୍ରକାରେ ସମସ୍ତ ବିଭାଗ ରେ ମନରେଗା ଯୋଜନାର କାର୍ଯ୍ୟରେ ନିୟୋଜିତ କରିବା। ମେଟ୍ ମାନଙ୍କୁ SFC ଓ CFC କାର୍ଯ୍ୟରେ ନିୟୋଜିତ କରାଯାଉ। ଗୁମ୍ମା ବ୍ଲକ ମେଟ୍ ମାନଙ୍କୁ ପରିଚୟ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ଦସ୍ତଖତ ଥାଇ ମେଟ୍ ମାନଙ୍କୁ ପରିଚୟ ପତ୍ର ଦିଆଯିବା ନିମନ୍ତେ ଅନୁମୁଦିତ ରହିଅଛି କିନ୍ତୁ ଯାହାକି ଅନ୍ୟ ବ୍ଲକ ତୁଳନାରେ ଗୁମ୍ମା ବ୍ଲକ ଭାଦ୍ ପଡ଼ି ରହିଛି।ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କଲାପରେ ବୈଠକ ସାଙ୍ଗ କରି ବ୍ଲକ କାର୍ଯ୍ୟାଳୟ ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।            ଗଜପତି  ଜିଲା ରୁ  ମନୋଜ କୁମାର  ପାଢୀ ଙ୍କ ରିପୋର୍ଟ   ।

Post a Comment

Previous Post Next Post