କୋଦଳା ମୋ ନିୟୁଜ ଓଡିଶା (୦୪/୦୭/୨୦୨୪)
ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାଲିଥିବା କାର୍ଯ୍ୟକ୍ରମକୁ ନେଇ ସମୀକ୍ଷା କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ।ବେଗୁନିଆପଡ଼ା ବ୍ଳକ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ପ୍ରଜ୍ଞା ପ୍ରିୟଦର୍ଶିନୀ, ଏପିଓ ଏବଂ ସମସ୍ତ ଗ୍ରାମ ପଞ୍ଚାୟତର ଗାଁ ସାଥୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କେଉଁ ପଞ୍ଚାୟତରେ କି କି କାମ ହୋଇଛି ଏବଂ ଆଗାମୀ ଦିନରେ କେଉଁ କାର୍ଯ୍ଯ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ମନରେଗା କାର୍ଯ୍ଯ କିଭଳି ଦୁର୍ନୀତି ମୁକ୍ତ ହୋଇ ପାରିବ,ଦାୟିତ୍ବରେ ଥିବା ସରକାରୀ ଅଧିକାରୀ, ଗାଁ ସାଥୀ ମାନେ ସରକାରଙ୍କ ନିତି ନିୟମ ଅନୁଯାୟୀ କିଭଳି କାର୍ଯ୍ଯ କରିବେ ସେ ନେଇ ଗୁରୁତ୍ବାରୋପ କରିଛନ୍ତି ବିଧାୟକ ଶ୍ରୀ ନାୟକ। ଗ୍ରାମାଞ୍ଚଳର ଲୋକକୁଂ ଉଚିତ୍ ସମୟରେ ଏହି ଯୋଜନାରେ କିଭଳି କାମ ଯୋଗାଇ ଦିଆଯିବ, ସଠିକ ସମୟରେ ସେମାନଙ୍କୁ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ମନରେଗା ଯୋଜନାର କାର୍ଯ୍ୟକୁ ସ୍ବଚ୍ଛ ତଥା ଦୁର୍ନୀତିମୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ।


