(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା ମୋ ନିୟୁଜ ଓଡିଶା : ଓଡିଶା ସରକାର ଓ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛନ୍ତି। ଏଣିକି ଯେ କୌଣସି ବସରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ,ଯୁବକ, ଯୁବତୀ ମାନଙ୍କୁ ମିଳିବ ବସରେ ଯାତାୟାତ କରୁଥିଲେ ମିଳିବ ରିହାତି। ରାଜ୍ୟ ସରକାର ଓ ରାଜ୍ୟ ପରିବହନ ବିଭାଗର ଏଭଳି ନିଷ୍ପତି କୁ ସବୁ ବର୍ଗର ଲୋକ ମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଆଗରୁ କେବଳ ସରକାରୀ ବସରେ ହିଁ ରିହାତି ସୁବିଧା ବର୍ତମାନ ପ୍ରାଇଭେଟ୍ ବସରେ ମଧ୍ୟ ଏ ସୁବିଧା ମିଳିବ। ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ମାନଙ୍କୁ ୧୦୦% ରିହାତି ମିଳିବ ତାଙ୍କ ସହିତ ଯାଉଥିବା ସହଯୋଗୀ ମାନଙ୍କୁ ମଧ୍ୟ ୫୦% ରିହାତି ମିଳିବାର ନିୟମ ଅଛି। ବସରେ ଯାତାୟାତ କରିବା ସମୟରେ ଦିବ୍ୟାଙ୍ଗ ମାନେ ସରକାରୀ ପ୍ରାପ୍ତ କାର୍ଡ ଦେଖାଈ ଯେ କୈାଣସି ବସରେ ଯାଈ ପାରିବେ। ଦିବ୍ୟାଙ୍ଗ ମାନଙ୍କ ପାଇଁ ବସରେ ସିଟ୍ ରେ ବସିକି ଯିବା ପାଇଁ ମଧ୍ୟ ସରକାର ଙ୍କ ନିର୍ଦ୍ଦେଶ ଅଛି। ଦିବ୍ୟାଙ୍ଗ ମାନଙ୍କ ସହିତ କୈାଣସି ବସର କର୍ମଚାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ସେମାନେ ସରକାର ଙ୍କ ଆଈନ ଅନୁସାରେ ଦଣ୍ଡିତ ହବର ମଧ୍ୟ ବ୍ୟବସ୍ଥା ଅଛି। ଦେଖାଯାଉ ସରକାର ଓ ପରିବହନ ବିଭାଗର ଜାରି କରିଥିବା ନିର୍ଦ୍ଦେଶକୁ କେତେ ଦୂର ବସ୍ ବାଲା ମାନେ କାର୍ଯ୍ୟ କାରୀ କରୁଛନ୍ତି ଦେଖିବାକୁ ବାକି ରହିଲା।

