ବ୍ରହ୍ମପୁର ରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ ଙ୍କ ପ୍ରତିଶ୍ରୁତି

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର ରେ ୩୦୦୦ ମିଟର ରନୱେ ସହ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ଯଥାଶୀଘ୍ର କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ କେ ରାମମୋହନ ନାଇଡୁ ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍, ଇଚ୍ଛାପୁର ଜୁଏଲାରୀ ଆସୋସିଏସନ୍ ଓ ଇଚ୍ଛାପୁର ଚାମ୍ବର ଅଫ କମର୍ସ ର ଏକ ସଦସ୍ୟ ମଣ୍ଡଳୀକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ରାଜ୍ୟ ସରକାରଙ୍କ ସହ ଏହି ସମ୍ଵନ୍ଧରେ ଯଥାଶୀଘ୍ର ଆଲୋଚନା ପରେ ତାଙ୍କରି ବିଭାଗ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ନାଇଡୁ କହିଥିଲେ। ଏହି ସମନ୍ଧରେ ଏକ ଦାବିପତ୍ର ମନ୍ତ୍ରୀ ମହୋଦୟ ଙ୍କୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ବ୍ରହ୍ମପୁର, ଇଚ୍ଛାପୁର, ପଲାସା, ପାରଳାଖେମୁଣ୍ଡି ର ଅନେକ ସଂଗଠନ ର କାର୍ଯ୍ୟକର୍ତ୍ତା ଇଚ୍ଛାପୁର, ଆନ୍ଧ୍ର ପ୍ରଦେଶ ଠାରେ ପ୍ରଦାନ କରିଥିଲେ। 

ଦାବିପତ୍ର ରେ, ୩୦୦୦ ମିଟର ରନୱେ ସହ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାର୍ଯ୍ୟ ଯଥାଶୀଘ୍ର ସାରିବା, ବ୍ରହ୍ମପୁର ବିମାନ ବନ୍ଦର କୁ ଡି.ଜି.ସି.ଏ ଅନୁମତି ପ୍ରଦାନ କରିବା, ବିମାନ ବନ୍ଦର ର ନାଁ କୁ ବ୍ରହ୍ମପୁର ବିମାନ ବନ୍ଦର (ରଙ୍ଗେଇଲୁଣ୍ଡା) କରିବା, ସ୍କେଡୁଲ ବିମାନ ସେବା ଆରମ୍ଭ କରିବା, ବ୍ରହ୍ମପୁର ଠାରୁ କଲିକତା, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ବିଶାଖାପାଟଣା, ଦିଲ୍ଲୀ, ମୁମ୍ବାଇ, ସୁରଥ, ଅହମଦାବାଦ ପ୍ରଭୃତି ପ୍ରମୁଖ ସହରକୁ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା କରିବା ଓ ଡମେଷ୍ଟିକ ସହ କାର୍ଗୋ ବିମାନ ବନ୍ଦର ଭାବେ ଏହାର ବିକାଶ କରିବାକୁ ଏହି ଅବସରରେ ଦାବି କରଯାଇଥିଲା।

ସୂଚନା ଯୋଗ୍ୟ, ଗତ ଦିନରେ ରାଜ୍ୟ ସରକାରଙ୍କ ଅତ୍ୟଧିକ ଅବହେଳା ଯୋଗୁଁ ବ୍ରହ୍ମପୁର ସହରରେ ବିମାନ ବନ୍ଦର ପ୍ରତିଷ୍ଠା କାମ ବିଳମ୍ବିତ ହୋଇଥିଲା। ୨୦୧୮ ର ରୁ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ବିମାନ ବନ୍ଦର କୁ କେନ୍ଦ୍ର ସରକାର UDAN ଯୋଜନା ରେ ସାମିଲ କରିଥିଲେ ମଧ୍ୟ ଏହାର କାମ ୨୦୨୩ ପର୍ଯ୍ୟନ୍ତ କରାଯାଇ ନଥିଲା। ନିର୍ବାଚନ ପାଖେଇ ଆସିବା ପରେ ତରବରିଆ ଭାବେ କୌଣସି ଭିତ୍ତିଭୂମି ର ବିକାଶ କରା ନଯାଇ ୨୦୨୩ ମାର୍ଚ୍ଚ ୫ ରୁ ତତ୍କାଳୀନ ରାଜ୍ୟ ସରକାର ବ୍ରହ୍ମପୁର ରୁ ଭୁବନେଶ୍ୱର ନନ-ସେଡୁଲ ବିମାନ ସେବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ବିମାନ ବନ୍ଦର ର ରନୱେ ୧୨୦୦ ମିଟର କୁ ବୃଦ୍ଧି ହେଉଛି ଓ ଏହାର ଅନ୍ୟ ଭିତ୍ତିଭୂମି ର ବିକାଶ କାର୍ଯ୍ୟ ଚାଲୁ ରହିଛି। 

କିନ୍ତୁ ଯେଉଁ ପର୍ଯ୍ୟନ୍ତ ୩୦୦୦ ମିଟର ରନୱେ ନାହିଁ ସେହି ପର୍ଯ୍ୟନ୍ତ ବ୍ରହ୍ମପୁର ରୁ ବଡ ବିମାନ ଉଡ଼ିବା ସମ୍ଭବ ନୁହଁ ତାହା ମୋହନ ମାଝି ଙ୍କ ନେତୃତ୍ୱ ରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରି ଥିବା ବିଜେପି ସରକାର ଭଲ ଭାବେ ଜାଣିଛି ତେଣୁ ଦକ୍ଷିଣ ଓଡ଼ିଶା ର ଦୀର୍ଘଦିନ ର ଏହି ଦାବିକୁ ରାଜ୍ୟ ସରକାର ପୁର୍ଣ୍ଣ କରିବେ ବୋଲି ଜନସାଧାରଣ ଆଶା ପୋଷଣ କରୁଛନ୍ତି। ଏହି ଅବସରରେ ଫୋରମ୍ ସଚିବ V.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ସହ ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, କିରଣ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ଏନ୍. ନୀଳମାଧବ ପାତ୍ର, ଶ୍ରୀନିବାସ ରାଓ, ପ୍ରକାଶ ଭଜାନି ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Post a Comment

Previous Post Next Post