ବିଶ୍ୱପରିବେଶ ଦିବସ ଉପଲକ୍ଷେ ଓଏଭି ରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦେଲେ ଏସିଏଫ

ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବୁଧବାର ସକାଳ 11 ଘଣ୍ଟ ସମୟରେ ବିଶ୍ୱପରିବେଶ ଦିବସ ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ଜଙ୍ଗଲ ସଂରକ୍ଷଣ ଅଧିକାରି ଦିବ୍ୟ ରଞ୍ଜନ ବେହେରା,ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଏ. ମୀରା ରାଣୀ, ପରିଚାଳନା କମିଟି ସଦସ୍ୟ ମହେଶ୍ୱର ବରାଡ଼ ଯୋଗଦେଇ ବିଶ୍ଵପରିବେସର ସନ୍ତୁଳନ ପାଇଁ ଜଙ୍ଗଲର ନିତାନ୍ତ ଆବଶ୍ୟକତା ରହିଛି, ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଉଥିବା ବେଳେ ସମ ପରିମାଣର ଜଙ୍ଗଲ ସୃଷ୍ଟି ହୋଇପାରୁନାହିଁ l ଯାହା ଫଳରେ କି ଜଳ ବାୟୁ ରେ ପରିବର୍ତ୍ତନ ଦେଖାଦେଇଛି l ଏଣୁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ପରମାର୍ଶ ଦେଇଥିଲେ l ଏହା ପରେ ବିଦ୍ୟାଳୟ ପରିସରରେ ପିଜୁଳି, ଡାଳିମ୍ବ, ଆକାଶିଆ, ଆମ୍ବ ଆଦି ବିଭିନ୍ନ ଚାରା ରୋପଣ କରାଯାଇ ଗୋଟିଏ ଚାରାର ପାଞ୍ଚ ଜଣ ଛାତ୍ର ଛାତ୍ରୀ ଯତ୍ନ ନେବା ପାଇଁ ଦାୟିତ୍ୱ ଦେଇ ପରୋକ୍ଷରେ ଛତ୍ରଛାତ୍ରୀ ମାନଙ୍କ ମନରେ ଆଗ୍ରହ ସୃଷ୍ଟି କରାଯିବା ପାଇଁ ପଦକ୍ଷେପ ନିଆ ଯାଇଥିଲା l ଏଥିରେ  ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରି, ଖଲ୍ଲିକୋଟ ଓ ସୁମଣ୍ଡଳ ବନଖଣ୍ଡ ଅଧିକାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l

Post a Comment

Previous Post Next Post