ମା' ପରମେଶ୍ୱରୀଙ୍କ ମହାଲକ୍ଷ୍ମୀଙ୍କ ତିନି ଦିନ ଧରି ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର : ମୋ ନିୟୁଜ ଓଡିଶା ସ୍ଥାନୀୟ ଶିଳ୍ପାଞ୍ଚଳ  ସ୍ଥିତ ସୁବାଷ ନଗର ପ୍ରଥମ ଲାଇନରେ ମା' ପରମେଶ୍ୱରୀଙ୍କ ମହାଲକ୍ଷ୍ମୀଙ୍କ ତିନି ଦିନ ଧରି ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜୁନ 30 ତାରିଖ ଠାରୁ ଚଳିତ ଜୁଲାଇ ମାସ 3 ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି l ପ୍ରଥମ ଦିନରେ ଦୀକ୍ଷା ଗ୍ରହଣ, ମଣ୍ଡଳ ଧିଶ ଓ ଅଙ୍କୁରାରୋପଣ କାର୍ଯ୍ୟବିଧି  ଯଥାରୀତି ସମ୍ପନ ହୋଇଥିଲା l ସୋମବାର ଦିନ କର୍ମ ଆରମ୍ଭ ସହିତ ବ୍ରାହ୍ମଣ ବରଣ, ସୂର୍ଯ୍ୟ ପୂଜା, ଶାଳ ପୂଜା, ଦେବ ସ୍ନାନ ହୋମ ଅନୁଷ୍ଠିତ ହୋଇଥିଲା l  ସେହିପରି ମଙ୍ଗଳବାର ହୋମ, ସ୍ନାନ ଓ ଦେବତାଙ୍କୁ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା l ଆସନ୍ତା ଦିନ ମାନଙ୍କରେ ନାମଯଜ୍ଞ, ଅନ୍ନଯଜ୍ଞ, ଦେବତା ପରିକ୍ରମା, ମା ' ଙ୍କ ସିଂହାସନ ଓ ଆରୋହଣ ପୂର୍ଣ୍ଣାହୁତି ସହ ବୁଧବାର ଦିନ ପ୍ରସାଦ ସେବନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଗୁରୁକୁଳ 

ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ସଭାପତି ପ୍ରଶାନ୍ତ ମହାପାତ୍ର ଏବଂ ସମ୍ପାଦିକା ଅନିତା କୁମାରୀ ପାଢ଼ୀ ଯୋଗଦେଇଥିବା ବେଳେ ମୁଖ୍ୟ ପୁରୋଧା ଭାବରେ କାର୍ଯ୍ୟ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ମା' ଙ୍କ ଆର୍ଶୀବାଦ ଲାଭ କରିଥିଲେ l

Post a Comment

Previous Post Next Post