ବେଗୁନିଆପଡା ମୋ ନିୟୁଜ ଓଡିଶା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ରାହାଡା ଗ୍ରାମର ଶିବରାମ ବିଷୋୟୀଙ୍କ ୩ ବର୍ଷ ୬ ମାସର ଝିଅ ଶୁଭଶ୍ରୀକୁ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଟି ଆର ବି ଏସ କେ ଟିମ କାର୍ଯ୍ୟ କରୁଛନ୍ତି | ସ୍କୁଲ ଓ ଅଙ୍ଗନବାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେମାନଙ୍କର ଛାତିରେ ଛିଦ୍ର ଅଛି ଜାଣିବାକୁ ପାଇଥିଲେ | ସେମାନଙ୍କୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ଇକୋ କରାଇଥିଲେ ଓ ହୃଦୟରେ ଛିଦ୍ର ଥିବା କଥା ଜାଣିବାକୁ ପାଇଲେ | ଆଜି ତାକୁ ବ୍ରହ୍ମପୁରଠାରୁ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି | ଏହିପରି ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ସ୍ତରରୁ ଚି଼ହ୍ନଟ ହୋଇଥିବା ଆଉ ଦଶ ଜଣ ଶିଶୁଙ୍କୁ ମଧ୍ୟ୍ୟ ପଠାଯାଇଛି ! କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରସାଦ ସାହୁ, ଆର ବି ଏସ କେ ଟିମର ସମସ୍ତ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏ ଏନ ଏମ ଏବଂ ପରିଚାଳକ ସନ୍ତୋଷ କୁମାର ପଣ୍ଡା ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଶିଶୁଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆର ବି ଏସ କେ ଟିମ ର ଉତ୍ତମ ସେବା ପାଇଁ ସାଧୁବାଦ ଜଣାଇଛନ୍ତି | ସେମାନଙ୍କର ସମସ୍ତ ଖର୍ଚ୍ଚ ସମ୍ପୂର୍ଣ ମାଗଣା ବୋଲି ଆୟୁଷ ଡାକ୍ତର ନାୟକ କହିଛନ୍ତି |
ପ୍ରକାଶ ଯୋଗ୍ୟ ଯେ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ଉତ୍ତମ ସେବା ଯୋଗାଇଦେଇ ଆସୁଥିବା ଆୟୁଷ ଡାକ୍ତର ଏବଂ ଅନ୍ୟାନ୍ୟ ପାରାମେଡିକ କର୍ମଚାରୀ ଦୀର୍ଘ ଦଶ ବର୍ଷ ରୁ ଅଧିକ ସମୟ ହେଲା ଠିକା ପ୍ରଥା ଏବଂ ସ୍ୱଳ୍ପ ବେତନ ରେ ନିଯୁକ୍ତ ଅଛନ୍ତି l ବାରମ୍ବାର ସେମାନେ ପୁରାତନ ସରକାରଙ୍କ ନିକଟରେ ସ୍ଥାୟୀ ନିଯୁକ୍ତି ଦାବି କରିଆସୁଥିଲେ ସୁଧା ଏଯାବତ କୌଣସି ସୁଫଳ ପାଇନାହାନ୍ତି l ଆଶାକରେ ନୂତନ ସରକାର ସେମାନଙ୍କୁ ନିୟମିତ କରାଇଲେ ସେମାନଙ୍କ ପରିବାର ଆର୍ଥିକ ସଙ୍କଟ, ତଥା ମାନସିକ ନିର୍ଯ୍ୟାତନା ରୁ ମୁକ୍ତି ପାଇବ ତଥା ଶିଶୁ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ ହୋଇପାରିବ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି l


