ଭଞ୍ଜନଗର:ମୋ ନିୟୁଜ ଓଡିଶା ଜଳବାୟୁ ପରିବର୍ତ୍ତନ ହୋଇ ତାପମାତ୍ରା ବଢ଼ି ଚାଲିଛି, ବର୍ଷା ଋତୁରେ ଆବଶ୍ୟକ ବର୍ଷା ହେଉନାହିଁ, ଯଦିବା ଅଧିକ ବର୍ଷା ହୁଏ ତାହା ବନ୍ୟାର ରୂପ ଧାରଣ କରିଥାଏ । ଏହା ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି ନିଶ୍ଚୟ । ତେବେ ଏହି ସଂକଟରୁ ଉଦ୍ଧାର ପାଇବାକୁ ହେଲେ ବୃକ୍ଷ ରୋପଣ ହିଁ ଗୋଟିଏ ମାଧ୍ୟମ । ବୃକ୍ଷରୋପଣ କରିବା ତାହାର ଯତ୍ନ ନେବା ଆଜି ସମସ୍ତଙ୍କ ପାଇଁ ବାଧ୍ୟ ହୋଇ ପଡ଼ିଛି । ଏହ ପରିପ୍ରେକ୍ଷୀରେ ଭଞ୍ଜନଗରସ୍ଥିତ କବିସମ୍ରାଟ ମିଡ଼ିଆ କ୍ଳବ ୨୦୦ ଚାରା କରିଥିଲେ । ଆଜି ସକାଳ ୮ଘଣ୍ଟ ସମୟରେ ଏକ ସଚେତନତା ରଥ ଉତ୍ତର ଘୁମୁସର ବନଖଣ୍ଡ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହାନ୍ତିଙ୍କ ଦ୍ୱାରା ଉଦ୍ଘାଟତ ହୋଇ ସହର ପରିକ୍ରମା କରିଥିଲା । ୪୦ଜଣ ସାମ୍ବାଦିକ ଏହି ବାଇକ ର୍ୟାଲିରେ ସାମିଲ ହୋଇ ପ୍ଲାକାର୍ଡ଼ ଧରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ସହର ପରିକ୍ରମା କରି ରାଇପଲ୍ଲୀ ବ୍ରିଜ ଠାରେ ପହଞ୍ôଚ ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ମହାନ୍ତି ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ମୁଜାଗଡ଼ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହାପରେ ରାଇପଲ୍ଲୀ ଗ୍ରାମବାସୀ, ଭିଏସ୍ଏସ୍ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ବିଦ୍ୟାଳୟ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଧିକାରୀ ସହିତ ବନାଞ୍ଚଳ ଅଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ବିଦ୍ୟାଳୟ କମିଟି ସଭାନେତ୍ରୀ ଯୋଗଦେଇଥିଲେ । କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ସମୟରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅତିଥିମାନଙ୍କ ସହ ବୃକ୍ଷ ପ୍ରେମୀ ଭାବେ ଶ୍ରୀମତୀ କନକଲତା ନାୟକଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ୍ ସେହିପରି ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ସମସ୍ତ ସାମ୍ବାଦିକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କ୍ଲବର ସମସ୍ତ ସଦସ୍ୟ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି ଶ୍ରୀଯୁକ୍ତ ପୁରୁଷୋତ୍ତମ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା
Tags:
ଆଞ୍ଚଳିକ



