ମୋ ନିୟୁଜ ଓଡିଶା କବିସୂର୍ଯ୍ୟନଗର ବ୍ଳକ ଏନ୍ ପି ଏସ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସମ୍ବର୍ଦ୍ଧନା ଦିଆଯାଇଛି।ଗୁରୁବାର ପୂର୍ବାହ୍ନ ୯ ଘଣ୍ଟା ସମୟରେ କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶିକ୍ଷକ ମାନେ ସେମାନଙ୍କ କର୍ତ୍ତବ୍ୟରେ ଅବହେଳା ନକରି ନିଜ ନିଜର ଦାୟିତ୍ବକୁ ଠିକ୍ ଭାବେ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଧାୟକ ଶ୍ରୀ ନାୟକ। ସଂଘର ସଭାପତି ପ୍ରଶାନ୍ତ କୁମାର ଶତପଥୀ, ଉପ ସଭାପତି ଧବଳେଶ୍ଵର ସାହୁ, ଦୁଃଶାସନ ପରିଡା, ଦିବାକର ଶତପଥୀ, ଜୟସେନ ସେଠୀ, ପ୍ରସନ୍ନ କୁମାର ତ୍ରିପାଠୀ, ସରୋଜ କାନ୍ତ ମହାପାତ୍ର, ସି ଏଚ୍ ଶିବରାମ କଂ ସମେତ ବହୁ ପ୍ରାଥମିକ ଶିକ୍ଷକ ଉପସ୍ଥିତ ରହି ବିଧାୟକଙ୍କ ସହ ଆଲୋଚନା କରିଥିଲେ।
Tags:
ଆଞ୍ଚଳିକ


