ଆର,ଉଦୟଗିରି ମୋ ନିୟୁଜ ଓଡିଶା ବିଦ୍ୟାଳୟ ରକ୍ଷଣାବେକ୍ଷଣ ଓ ସୁରକ୍ଷା ନାମରେ ଚାଲିଛି ହରିଲୁଟ । ଢାଲ ସାଜିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଟି(ମନୋଜ କୁମାର ପାଢୀ)- ରାଜ୍ୟ ସରକାରଙ୍କ ବିଦ୍ୟାଳୟ ରୁପାନ୍ତରୀକରଣ କାର୍ଯ୍ୟକ୍ରମ ମନୋନୀତ ବିଦ୍ୟାଳୟ ଗୁଡିକରେ ରହିଛି ବିଶ୍ବସ୍ତରୀୟ ଭିତ୍ତିଭୂମି ଯଥା- ସ୍ଳାର୍ଟ କ୍ଳାସରୁମ , ବିଜ୍ଞାନ ପରିକ୍ଷାଗାର, ଇ- ଲାଇବ୍ରେରୀ, ପାନୀୟଜଳ ଏବଂ ଶୌଚାଳୟ ବ୍ୟବସ୍ତା । ତେଣୁ ଏସବୁ ଭିତ୍ତିମୂମିର ସୁରକ୍ଷା ନିମନ୍ତେ ମାନବସମ୍ବଳ ନିୟୋଜିତ କରିବା ନିମନ୍ତେ ତତ୍କାଳୀନ ମୂଖ୍ୟ ଶସାନ ସଟିଚଙ୍କ ଅଧ୍ୟକ୍ଷତାରେ ତା ୧୯-୮-୨୦୨୨ ରିଖରେ ଅନୁଷ୍ଠିତ ଏକ ଉର୍ଚସ୍ତରୀୟ ବୈଠକରେ ବିଦ୍ୟାଳୟ ଗୁଡିକରେ ସ୍ବୟଂସହାୟକ ଗୋଷ୍ଠୀର ସହାୟତାରେ ରକ୍ଷଣାବେକ୍ଷଣ ତଥା ସୁରକ୍ଷା ନିମନ୍ତେ ମାନବମ୍ବଳ ନିୟୋଜିତ କରିବାକୁ ପ୍ରାଥମିକତା ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ବିଦ୍ୟାଳୟ ଗୁଡିକରେ ହଜାରରୁ ଅଧିକ ସ୍ବୟଂସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନର ସୁପରିଚାଳନା କରୁଛନ୍ତି । ତେଣୁ ସେହି ସ୍ବୟଂସହାୟକ ଗୋଷ୍ଠୀ ସହିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ତଥା ସୁରକ୍ଷା କାର୍ଯ୍ୟରେ ସହଯୋଗ କରିବା ପାଇଁ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ/ ଶିକ୍ଷୟତ୍ରୀକ ସହ ଏକ ଆନୁଷ୍ଠାନିକ ଚୁକ୍ତି ସ୍ବାକ୍ଷର କରାଯାଇଛି । ବିଦ୍ୟାଳୟରେ ରାତ୍ରଜଗୁଆଳି ଓ ରକ୍ଷଣାବେକ୍ଷଣ କର୍ମଚାରୀଙ୍କୁ ନିୟୋଜିତ କରିବା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ବିଦ୍ୟାଳୟ ସହ ଚୁକ୍ତିନାମା କରିବେ, ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରି ଭେରିଫିକେସନ ବିବରଣୀ ସହ ବିଦ୍ୟାଳୟକୁ ଲିଖିତ ଆକାରରେ ନିୟୋଜନ ବିଷୟରେ ସୁଚନା ଦେବେ । ସ୍ବୟଂସହାୟକ ଗୋଷ୍ଠୀ ପ୍ରାର୍ଥୀଙ୍କ ସହ ଚୁକ୍ତିନାମା କଲାପରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ସ୍ବୟଂସହାୟକ ଗୋଷ୍ଠୀ ତାଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରିବେ । ଯେଉଁଥିରେ ବିଦ୍ୟାଳୟ ରକ୍ଷଣାବେକ୍ଷଣର ବିଭିନ୍ନ ଦିଗ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ କାମ ଏବଂ ସେମାନଙ୍କ କାର୍ଯ୍ୟ ଉପରେ ସବିଶେଷ ସୂଚନା ଦିଆଯିବ । ନିୟୋଜିତ କର୍ମଚାରୀଙ୍କ ଉପସ୍ଥାନ ଏବଂ କାମର ତଦାରଖ କରିବ, ମାସ ଶେଷରେ ନିୟୋଜିତ କର୍ମଚାରୀଙ୍କ ଉପସ୍ଥାନ ଆଧାରରେ ବିଦ୍ୟାଳୟକୁ ପ୍ରାପ୍ୟ ପାଇଁ ଦାବି ପ୍ରଦାନ କରିବେ , ରାତ୍ରଜଗୁଆଳିଙ୍କ ନାମ , ବିଦ୍ୟାଳୟ ବନ୍ଦ ହେଲା ପରେ ଉକ୍ତ କର୍ମଚାରୀ ଦାୟିତ୍ବ ଗ୍ରହଣ କଲା ପରଠାରୁ ଦାୟତ୍ବ ହସ୍ତାନ୍ତର କଲା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ବନ୍ଦ ରହିବାର ବ୍ୟବସ୍ତା ରହିଛି । ବିଦ୍ୟାଳୟରେ ନିଯୁକ୍ତ କର୍ମଚାରୀ ଶିଶୁମାନଙ୍କ ସୁରକ୍ଷା ପାଇଁ ୨୦୨୪ ପ୍ରଣୀତ ଗାଇଡିଲାଇନକୁ ଅନୁସରଣ କରିବା, ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଗୋପନୀୟତା ଉପରେ ଧ୍ୟାନଦେବା , ବିଜ୍ଞାନ ପରିକ୍ଷାଗାର- ଏଠାରେ ଥିବା ଟେବୁଲ ଏବଂ ପାଣିବେସିନ ଗୁଡିକୁ ପ୍ରତିଦିନ ସକାଳ ୮ଟା ଭିତରେ ସଫା କରିବା , ଚଟାଣକୁ ସପ୍ତାହରେ ୨ ରୁ୩ ଥର ପୋଛିକରି ସଫାକରିବା, ସେଠାରେ ଥିବା କବାଟ ଓ ଝରକାକୁ ସପାହକୁ ଦୁଇଥର ସଫା କରବା, ଅଳିଆ କୁଣ୍ଡକୁ ନିତିଦିନ ସଫାରଖବା , ଇ- ଲାଇବ୍ରେରୀରେ ଥିବା କମ୍ପ୍ୟୁଟର ଟେବୁଲ , ଚୌକି , ବହି ରଖାଯାଉଥିବା ଆଲମାରୀକୁ ପ୍ରତିଦିନ ସଫାକରିବା , ପାନୀୟଜଳ ବ୍ୟବସ୍ଥା ଥିବା ସ୍ଥାନକୁ ପ୍ରତିଦିନ ୨ ଥର ଫିନାଇଲ୍ ପକାଇ ଭଲକରି ସଫା କରିବା, ଉକ୍ତସ୍ଥାନରେ ପାଣି ନଜମିବାପାଇଁ ଧ୍ୟାନ ଦେବା, ଶୌଚାଳୟ ଦିନକୁ ୨ ଥର ଫିନାଇଲ୍ ପକାଇ ଭଲକରି ସଫା କରିବା, ବିଦ୍ୟାଳୟର ଲଗାଯାଇଥିବା ଗଛକୁ ପାଣି ଦେବା , ପ୍ରତିଦିନ ସ୍କୁଲ ପରିସର, ପ୍ରବେଶ ପଥ ଏବଂ ଚଳାପଥକୁ ସଫା ରଖିବା । କିନ୍ତୁ ବାସ୍ତବ ଚିତ୍ର ଯେ ଆକାଶ ପାତାଳର ଫରକ ତାହା ଯେ କେହି ବିଦ୍ୟାଳୟ ପରିଦର୍ଶନ କଲେ ଅନୁମାନ କରିପାରିବେ କାରଣ ଏହି ସବୁ କାମ ଚୁକ୍ତି ଅନୁସାରେ ସ୍ୱୟଂ ସହାୟକ ଗୋଷ୍ଟି ଦ୍ୱାରା ନିଯୁକ୍ତ କର୍ମଚାରୀ କରିବା କଥା । ୫ଟି ର ନାରା ଦେଇ ସ୍ୱଚ୍ଛତା କଥା କହୁଥିବା ବିଭାଗ ରେ କେଉଁ କର୍ମଚାରୀ ନିଯୁକ୍ତି ପାଇଛନ୍ତି ତାହାର ସଠିକ ତଥ୍ୟ ମଧ୍ୟ ବିଦ୍ୟାଳୟରେ ଦୃଷ୍ଟିଗୋଚର ହେଉନାହିଁ ବରଂ ବିଦ୍ୟାଳୟ ଶିକ୍ଷକମାନେ ଛାତ୍ରଛାତ୍ରୀ ଦ୍ବାରା ସଫାସୁତର କରୁଥିବା ବେଳେ ଅନ୍ୟ କିଛି ଶିକ୍ଷକ ଶ୍ରମିକ ଲଗାଇ କାମ କରୁଛନ୍ତି । କର୍ମଚାରୀ ନିଜର ବ୍ୟକ୍ତିଗତ କାମରେ କୌଣସି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବା ନିଷେଧ । ଆର,ଉଦୟଗିରି ବ୍ଲକର ୧୭ଟି ୫ଟି- ହାଇସ୍କୁଲକୁ ୧୫ଟି ଦାଇତ୍ଵ ଦିଆଯାଇଛି । ଏସ୍ୱୟଂ ସହାୟକ ଗୋଷ୍ଟି ତରଫରୁ ଜଣେ ରାତିଜଗୁଆଳି ଏବଂ ପିଅନ ନିୟୁତି କରାଯାଉଛି । କର୍ମଚାରୀଙ୍କ ପାଇଁ ଅସୁଥିବା ଟଙ୍କା ୧୦ ପ୍ରତିଶତ ବିଦ୍ୟାଳୟ ସଫେଇ କାର୍ଯ୍ୟର ବେବହାର ପାଇଁ ସାମଗ୍ରୀ କିଣି ଦେବା ନିୟମ ରହିଥିବା ବେଳେ ସ୍ବୟଂସହାୟକ ଦଳ ନିୟୁତି କର୍ମଚାରୀଙ୍କୁ ସଫଇ ସାମଗ୍ରିୟ ନଦେଇ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଦେବାକୁ କହୁଛନ୍ତି । ସେଥିପାଇଁ ସୁଆଥିବା ଟଙ୍କା ସ୍ୱୟଂ ସହାୟକ ଗୋଷ୍ଟି ସଦସ୍ୟ ଏବଂ ରା. ଉଦୟଗିରି ବ୍ଲକର ମିଶନ ଶକ୍ତି ବିଭାଗର ବିପିସି ମିଶି ଟଙ୍କା ହରିଲୁଟୁ କରୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ଆମ ପ୍ରତିନିଧି ମିଶନ ଶକ୍ତିର ବିଭାଗ ଅଧିକାରୀ ବିପିସି ବସନ୍ତ ବଡମୁଣ୍ଡି ସହ ଯୋଗାଯୋଗ କରିବାକୁ ଚାହିଥିଲୁ କିନ୍ତୁ ସେ ଅଧିକାଂଶ ସମୟ ଅଫିସ ରେ ରହୁନଥିବା ଯୋଗୁ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । ଏହାପରେ ସ୍ଥାନୀୟ ବ୍ଳକ ଶିକ୍ଷା ଅଧିକାରୀ ବିମଳ ମଣ୍ଡଳ ସହ ଯୋଗାଯୋଗ କରିବାରୁ ସେ ତାଙ୍କ ପାଖରେ କେତେ ହାଇସ୍କୁଲ ଏବଂ କେତୋଟି ମହିଳା ମଣ୍ଡଳ ଦାଇତ୍ବ ଦିଆଯାଇଛି କୌଣସି ତଥ୍ୟ ନଥିବା କଥା କହିଥିଲେ ଓ ତାଙ୍କୁ କୌଣସି ପ୍ରଧାନ ଶିକ୍ଷକ ଜଣାଇନାହାନ୍ତି ବୋଲି ସଫେଇ ଦେଇଥିଲେ । ହାଇସ୍କୁଲର ପ୍ରଧାନ ଶିକ୍ଷକ ମାନେ ଏହି ସମସ୍ୟା ବହୁବାର ବୈଠକରେ ଅଭିଯୋଗ କରୁଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି । ତେଣୁ ନିରୀହ ମହିଳା ମାନଙ୍କୁ ଢାଲ କରି ଟଙ୍କା ହରିଲୁଟୁରେ କାର୍ଯ୍ୟ ବ୍ଳକ ଶିକ୍ଷା ଅଧିକାରୀ ଓ ମିଶନ ଶକ୍ତି ବିପିସି ସହଯୋଗରେ ଚାଲୁଥିବା କଥା ସାଧାରଣରେ ଚର୍ଚା ହେଉଛି । ଯଦି ଏହି ସମସ୍ତ ବିଷୟ ନେଇ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଗଲେ ଏହା ପ୍ରକୃତ ରହସ୍ୟ ଲୋକଲୋଚକୁ ଆସିପାନ୍ତା ଓ ବିଦ୍ୟାଳୟ ସଫାସୁତୁରା ରହିବା ସହିତ ଛାତ୍ର ଛାତ୍ରୀ ସ୍ୱଚ୍ଛତାର ବାତାବରଣରେ ଆନନ୍ଦମନରେ ଅଧ୍ୟୟନ ପ୍ରତି ଧ୍ୟାନ ଦେଇଥାନ୍ତେ । ପ୍ରକାଶ ଥାଉକି ପୂର୍ବରୁ ବିଜେଡି ସରକାରରେ ସ୍ୱୟଂ ସହାୟକ ଗୋଷ୍ଟିକୁ ଆସୁଥିବା ଲକ୍ଷ ଟଙ୍କାକୁ ମିଶନ ଶକ୍ତି ଅଧିକାରୀମାନେ ମହିଳା ମଣ୍ଡଳ ସଦସ୍ୟମାନଙ୍କ ଅଧାପଢୁଆର ସୁଯୋଗ ନେଇ ଓ କିଛି ବିଜେଡି କୁଜିନେତାଙ୍କୁ ହାତ ବାରିସୀ କରି ଅଧିକାରୀମାନେ ଆସୁଥିବା ଟଙ୍କା ହରିଲୁଟ କରୁଥିବା ସାଧାରଣ ରେ ଆଲୋଚନା ହେଉଛି । ତେଣୁ ଏହାର ଯଥା ଶୀଘ୍ର ତଦନ୍ତ ପାଇଁ ଆର,.ଉଦୟଗିରି ବ୍ଲକ ଜନସାଧାର ତରଫରୁ ଦାବି ହେଉଛି ।


