(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ସୋରଡ଼ା :ମୋ ନିୟୁଜ ଓଡିଶା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବଡ଼ଗଡ଼ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ବିଧାୟକ ନୀଳମଣି ବିଷୋୟୀ, ଅତିରିକ୍ତ ବନ ସଂରକ୍ଷକ ପ୍ରଦୀପ ବେହେରା, ସୋରଡ଼ା ଭାରପ୍ରାପ୍ତ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ ଆଦି ଉପସ୍ଥିତ ରହି ଚାରା ବିତରଣ କେନ୍ଦ୍ରକୁ ଉଦଘାଟନ ଓ ଭ୍ରାମ୍ୟମାଣ ଚାରା ବଣ୍ଟନ ଗାଡ଼ିକୁ ସ୍ବାଗତ କରିଥିଲେ । ପ୍ରଥମେ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ୨୫୦ ଗୋଟି ଚାରା ରୋପଣ କରାଯାଇଥିଲା । ଏଥିସହ ୩୦୦୦ ଗୋଟି ଚାରା ବିତରଣ କରାଯାଇଥିଲା । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନିକଟସ୍ଥ ଗାଁ ଗୁଡିକରେ ଗାଡ଼ି ମାଧ୍ୟମରେ ସଚେତନ କରାଇବା ସହ ଚାରା ବଣ୍ଟନକୁ ପ୍ରୋତ୍ସାହନ କରାଯିବ ବୋଲି ସ୍ଥାନୀୟ ରେଞ୍ଜର ଅଞ୍ଜନ କୁମାର ନାୟକ ସୂଚନା ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏବଂ ସାଥୀ କର୍ମଚାରୀଗଣ, ଅନ୍ୟ ବ୍ୟକ୍ତିବିଶେଷ ସବୁ ସହଯୋଗ କରିଥିଲେ ।


