ଗଜପତି ମୋ ନିୟୁଜ ଓଡିଶା ତା -03.07.2024 ରିଖ ବୁଧବାର ଦିନ ମହେନ୍ଦ୍ରଗଡ଼ ପଞ୍ଚାୟତ ଅଧିନସ୍ଥ ତୁବୁରୁବା ଠାରେ ରାମଗିରି ବନାଞ୍ଚଳ ତରଫରୁ 75 ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ RCCF ଶ୍ରୀ ସଞ୍ଜୟ କୁମାର ସ୍ୱାଇଁ ସ୍ୱତନ୍ତ୍ର ଅତିଥି, DFO ଶ୍ରୀ ଏସ ଆନନ୍ଦ ମୁଖ୍ୟ ବକ୍ତା ACF ଶ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି, ପଂଚାୟତ ସମିତି ଅଧକ୍ଷ ଶ୍ରୀ ଲଷ୍ମୀ ନାରାୟଣ ଶବର, ଶ୍ରୀ ସରୋଜ ଦଳବେହେରା, ସମିତି ସଭ୍ୟ ଶ୍ରୀ ପୂର୍ଣଚନ୍ଦ୍ର ଗମାଙ୍ଗ, ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ,ରା. ଉଦୟଗିରି, ଚନ୍ଦ୍ରଗିରି ଓ ମୋହନା ରେଞ୍ଜ ଅଫିସରବୃନ୍ଦ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ |ମଂଚାସୀନ ଅତିଥିବୃନ୍ଦଙ୍କ ସହ ଗ୍ରାମସଭାପତି ଶ୍ରୀ ଶ୍ରୀପତି ଦଳବେହେରା ଶ୍ରୀ ପ୍ରକାଶ ଚନ୍ଦ୍ର ବଡରଇତ ଓ ଶ୍ରୀ ମାଙ୍ଗା ଦଳବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ଆଦିବାସୀ ପାହାଡିଆ ଅଂଚଳରେ ଅର୍ଥକରି ବୃକ୍ଷରୋପଣ କରିବା ସହ ଜଙ୍ଗଲ ବିଭାଗ ତରଫରୁ ସମସ୍ତ ସହଯୋଗ କରିବା ପାଇଁ ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ |ଏ ଅବସରରେ ନିକଟସ୍ଥ ପାହାଡ଼ରେ ବୃକ୍ଷରୋପଣ କରାଯାଇଥିଲା |ଏହି CA ପ୍ଲାଣ୍ଟେସନ ଓ ଭ୍ରାମ୍ୟମାଣ ଚାରାବଣ୍ଟନ ତିନୋଟି ଗାଡିକୁ ଅତିଥି ବୃନ୍ଦ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ |ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଜଣେ ଜଣେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଶପଥ ପାଠ କରିଥିଲେ |ଏହି କାର୍ଯ୍ୟକ୍ରମକୁ ରାମଗିରି ବନଖଣ୍ଡ ଅଧିକାରୀ ଶ୍ରୀ ପିୟୁଷ ପ୍ରତୀକ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଫରେଷ୍ଟର ଶ୍ରୀ ବିଭୀଷଣ ଭୂୟାଁ, ବନରକ୍ଷୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଫରେଷ୍ଟର ଶ୍ରୀ ଶିବରାମ ସାବତ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଓ ତୁବୁରୁବା ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ |ରାଜ୍ୟ ପୁରସ୍କୃତ ଶିକ୍ଷକ, ପ୍ରକୃତି ବନ୍ଧୁ ତଥା ଜିଲ୍ଲା ଇକୋ କ୍ଲବ ମାଷ୍ଟର ଟ୍ରେନେର ଶ୍ରୀ ସୁବାସ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଫରେଷ୍ଟର ଶ୍ରୀ ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଗଜପତି ଜିଲା ରୁ ମନୋଜ କୁମାର ପାଢୀ


