ଭଂଜନଗର,ମୋ ନିୟୁଜ ଓଡିଶା ୪ ଜୁଲାଇ : ଆଜି ଭଂଜନଗର ସହରର ଆଟିଓ ଅଫିସ ନିକଟବର୍ତ୍ତୀ ଛେଦାଭୂମି ଅଞ୍ଚଳ ରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ( ଆଟିଆଇ) ଠାରେ ୭୫ ତମ ବନମହୋତ୍ସବ ସପ୍ତାହ ଅତି ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି। ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଗଂଜାମ ଜିଲ୍ଲା ଆରସିସିଏଫ ଶ୍ରୀ ସଞ୍ଜୟ କୁମାର ସ୍ଵାଇଁ ଉଦଘାଟନ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ କୁମାର ଆଚାର୍ଯ୍ୟ, ଡିଏମ ଓଏଫଏସଡିସି ଶ୍ରୀ ପ୍ରଭାକର ନାୟକ, ଏସିଏଫ ରଜତ କୁମାର ମହାପାତ୍ର , ଶିଳ୍ପ ତାଲିମ ଅନୁଷ୍ଠାନ ର ପ୍ରିନସପାଲ ଶ୍ରୀ ଧନଞ୍ଜୟ ବାଙ୍କି ରାଓ, ପ୍ରକୃତି ବନ୍ଧୁ ସମ୍ମାନୀତ ବିଜ୍ଞାନ ଶିକ୍ଷକ ତଥା ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା, ରେଞ୍ଜର ଅଫିସର ଶ୍ରୀ ବିମ୍ବାଧର ସାହୁ, । ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ମଞ୍ଚାସୀନ ଅତିଥି ପ୍ରକୃତି ସଂରକ୍ଷଣ, ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ଗୁରୁତ୍ବ ଆରୋପ କରିଥିଲେ। ନିଜର ବାଡ଼ି ବଗିଚା, ରାସ୍ତା କଡ ତଥା ମନ୍ଦିର ଓ ବିଦ୍ୟାଳୟ ପ୍ରାଙ୍ଗଣରେ ନିଜର ଜନ୍ମ ଦିନ, ପର୍ବପର୍ବାଣୀ, ରାଷ୍ଟ୍ରୀୟ ଦିବସ ମାନଙ୍କରେ ବୃକ୍ଷ ରୋପଣ ଭଳି ମହତ୍ କାର୍ଯ୍ୟ କରି ଦିବସ ଟିକୁ ସ୍ମରଣୀୟ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ତଥା ଲାଲସିଂ କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ପରିବେଶ ସୁରକ୍ଷା କରିବାରେ ତାଙ୍କର ଅନୁଭୂତି ଓ କାର୍ଯ୍ୟ ପନ୍ଥା ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଓ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ବୃକ୍ଷ ରୋପଣ ପାଇଁ ଆହ୍ୱାନ ଓ ନିବେଦନ କରିଥିଲେ ଏବଂ ଏହାକୁ ଏକ ଜନଆନ୍ଦୋଳନ ରେ ପରିଣତ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଶିଳ୍ପ ତାଲିମ ଅନୁଷ୍ଠାନ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଚେତନତା ସଭା ପ୍ରାପ୍ତି ପରେ ସମସ୍ତ ଅତିଥି, ଆଇଟିଆଇ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରତ୍ୟେକେ ମା'ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ଚାରା ରୋପଣ କରି ମାନନୀୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଙ୍କ " ଏକ ପୌଧା ମାକେ ନାମ୍ " କାର୍ଯ୍ୟକ୍ରମ କୁ ଫଳପ୍ରଦ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଓଏଫଏସଡିପି-ll ପ୍ରୋଜେକ୍ଟ ଷ୍ଟାଫ୍, ଭଂଜନଗର ସେକ୍ସନ କର୍ମକର୍ତ୍ତା ଗଣ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଭଂଜନଗର ଶିଳ୍ପ ତାଲିମ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସହଯୋଗ କରିଥିଲେ। ପ୍ରୋଜେକ୍ଟ କୋରଡିନେଟର ସୁନୀଲ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ସମସ୍ତେ ନିଜେ ବୃକ୍ଷ ରୋପଣ କରିବା ସହିତ ଅନ୍ୟକୁ ବୃକ୍ଷ ଚାରା ରୋପଣ ପାଇଁ ଉତ୍ସାହିତ କରିବାପାଇଁ ମତାମତ ପ୍ରକାଶ କରିଥିଲେ। ପରିଶେଷରେ ମୁଜାଗଡ ରେଞ୍ଜର ଅଫିସର ଶ୍ରୀ ବିମ୍ବାଧର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


