ଭଞ୍ଜନଗର ମୋ ନିୟୁଜ ଓଡିଶା : ଘୁମୁସର ବନାଞ୍ଚଳ ଉତ୍ତର ଓ ଦକ୍ଷିଣ ସପ୍ତାହ ବନାଅଞ୍ଚଳରେ ବାଘ ଆକ୍ରମଣରେ ବିଗତ ୩ ମାସ ମଧ୍ୟରେ ପ୍ରାୟ ୨୦ ଗାଈ ଗୋରୁକୁ ଖାଇ ମାରି ପକାଇଲାଣି । ବନ ବିଭାଗ ଟ୍ରାପ କ୍ୟାମେରାରେ ଧରାନପଡିବା ବନ ବିଭାଗର ମୁଣ୍ଡ ବ୍ୟଥା କାରଣ ସହ ଘୁମୁସର ଗୋପାଳ ଗୋପାଳିକା ଭୟଭୀତ ତାଙ୍କ ନିଜ ଗାଈଗୋଠ କେଉଠି ରଖିବେ, ଗାଈ କୁହ୍ନାର ସାଧାରଣ ଜଙ୍ଗଲ ତଳି ଅଞ୍ଚଳ ଗୌଡ ରଖିଥାନ୍ତି ଓ ବର୍ଷସାର ଖୋଲା ଆକାଶରେ ରଖିଥାନ୍ତି ଘୁମୁସରୀ ସମିତି ଜିଲ୍ଲାପାଳ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପାଖକୁ ଗୁହାଳ ଓ ଖୋଲା ଖଳା ପାଇଁ ଦଉଡି ଦଉଡି ନୟାନ୍ତ ହେଲେଣି, ସବୁ ଆଦେଶ କେବଳ କାଗଜ କଲମରେ ରହିଗଲା । ବର୍ତମାନ ବାଘ ଚଡକ ଆସିବା ଦ୍ୱାରା ଗୋପାଳକ ଦିନରାତି ଏକ କରି ଜଗୁଛନ୍ତି । ବିଶେଷ କରି ବାଘ ରାତ୍ରରେ ଆକ୍ରମଣ କରିଥିବାରୁ ଗୋପାଳକ ନିଜଜୀବନକୁ ବାଜି ଲଗାଇ ସାରା ପରିବାର ରାତ୍ରର ସାରା ବାଡି ଲଣ୍ଠଣ ଧରି ଉଜାଗର ରହି ଭଗବାନ ଭରସା ନିଜ ଗାଈ ଗୋଠ ଜଗି ବସୁଛନ୍ତି । ଯାହା ସମଗ୍ର ଘୁମୁସର ଅଞ୍ଚଳ ଭୟଭୀତ । ବାରମ୍ବାର ଅଭିଯୋଗ କଲେ ବନ ବିଭାଗ ଅଧିକାରୀ ବିଳମ୍ବରେ ଶୁଣିବା, ହେଲ୍ପଲାଇନ ନମ୍ବର ନଲାଗିବା ଦ୍ୱାରା ଘୁମୁସରୀ ସମତିର ସଭ୍ୟ ମାନେ ଆକ୍ରୋଶ ଦେଖିବାକୁ ମିଳିଛି । ଜଙ୍ଗଲରେ ଖାଦ୍ୟଅଭାବ, ବାସଅଭାବ , ଜଳ ଅଭାବ ସହ ବିଭାଗୀୟ ସ୍କାଡ ପଇଁତରା ଦୁର୍ବଳ କୁ ନେଇ ଘୁମୁସରୀ ଗୋପଳ ସମିତି ୩ ଜଣିଆ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ପାଣ୍ଡା ଗୌଡ ଓ ପାଣ୍ଡବ ଗୌଡ ଘୁମୁସର ଉତ୍ତର ବନାଞ୍ଚଳ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କୁ ଦାବୀ ପତ୍ର ଦେଇଛନ୍ତି । ଉପରୋକ୍ତ ଦାବୀ ପୂରଣ ସହ ଗାଈଗୋଠ ଗୁଡିକ ସୋଲାର ଲାମ୍ପ ସ୍ଥାପନ, ଗାଙ୍ଗପୁର, ସିଂହମର୍ଦ୍ଧନ, କ୍ଷେତ୍ରୀୟବରପୁର, କୁମୁଣ୍ଡି, କଳସୁତା, ଲଣ୍ଡାଜୁଆଳି, ବୁଢାକେନ୍ଦୁ, ବୋରୀ, ଝାଡବନ୍ଧ, ଦିଗୀ, ଶିଙ୍ଘିପୁର,କେସରଓ, କଇଠିଆ, ରଙ୍ଗାବାଲି ମସାଣିବାଘ, ମୁନିଗାଡି, ଗୁଣ୍ଡିରିବାଡି, ଦରରାଲୁଣ୍ଡା, ଦୁମକୁମ୍ପା, ଡହ, ବାଇବାଲି, ସମରବନ୍ଧ, ବୁଦୁଲୁ ଆଦି ଅଞ୍ଚଳରେ ବ୍ୟପାକ ସଚେତନ, ୨୪ଘଣ୍ଟିଆ ପେଟ୍ରୋଲିଂ, ବାହାର ଅଭିଙ୍ଗସମ୍ପର୍ଣ ଅଧିକାରୀ ନିୟୋଜନ, ସବୁ କାର୍ଯ୍ୟକ୍ରମରେ ସମିତି ଅଂଶଦାରି ଶୁନିଶ୍ଚିତ କରିବା ଦାବୀ ରଖିଥିଲେ । ଡିଏଫଓ ବନ ବିଭାଗ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୪ରେ କୌଣସି ମନୁଷ୍ୟ ବନ୍ୟଜନ୍ତୁ ଦ୍ୱାରା ମୃତ ହେଲେ ୬ଲକ୍ଷ, ସ୍ଥାୟୀ ଅକର୍ମଣ୍ୟ ହେଲେ ଦେଢ଼ଲକ୍ଷ, ଅସ୍ଥାୟୀ ଅକର୍ମଣ୍ୟ ହେଲେ ୧୦ହଜାର ଦେବା ବ୍ୟବସ୍ଥା କରାଯାଇଅଛି । ହୃଷ୍ଟପୃଷ୍ଟ ଗାଈଗୋରୁ ଓ ମଇଁଷି ଶିକାରରେ ମୃତ୍ୟହେଲେ ୩୭ହଜାର ୫୦୦ ଟଙ୍କା ଅନୁଦାନ ରାଶୀ ୨୪ଘଣ୍ଟାରେ ଦିଆଯାଇଅଛି । ସମିତିର ସବୁ ଦାବୀ ମାନିବା ପ୍ରତିଶୃତି ଦେଇଛନ୍ତି ଓ ଉପରସ୍ତର ବିଭାଗୀୟ ପାଖକୁ ଅଧିକ ସହାୟତା ପାଇଁ ସୁପାରିଶ କରିବା । ଓରିଡା ସହାୟତାରେ ଗାଈଗୋଠ ଗୁଡିକ ସୋଲାର ଲାମ୍ପ ସ୍ଥାପନ ଅତିଶୀଘ୍ର କରାଯିବା ଡିଏଫ୍ଓ ମହାନ୍ତି କହିଛନ୍ତି । ମାଲତୀ, ହାତିଗୁଣ୍ଡା, ମାଛଖାଇପଲି, କୁମଓରସୁଣୀ, କଇଠିଆ ମୁଣ୍ଡିଆ ବିଭନ୍ନ ପାହାଡରୁ ଆସି ବିରାଟ ବାଘ ରାତ୍ରରେ ଗାଈ, ବାଛୁରୀ, ମଇଁଷି, ଛେଳିମେଣ୍ଡାକୁ ଆକ୍ରମଣ କରୁଅଛି । ଶୀକାର କରିବା ପାଇଁ ବାରମ୍ବାର ଗାଈ ମେଳ, ଗୋଠ ଓ ଗୁହାଳକୁ ସନ୍ଧ୍ୟା, ରାତ୍ର ଜାତୀୟ ପଶୁ ବାଘ ଜାତୀୟ ପ୍ରାଣୀ ଘୁମୁସରୀ ଗାଈକୁ ଆକ୍ରମଣ କରିବା ଘୁମୁସରବାସୀଙ୍କ ବଡ ଆହ୍ୱାନ ବୋଲି ସମିତି ଅନୁଭବ କରିଅଛି ।
ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


