ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ : କୁଲାଡ ରଥଯାତ୍ରା

ଭଞ୍ଜନଗର:ମୋ ନିୟୁଜ ଓଡିଶା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ତଥା ଭଞ୍ଜ ରାଜବଂଶ ଦ୍ୱାରା ସ୍ଥାପିତ ହୋଇଥିବା କୁଲାଡ ଜଗନ୍ନାଥ ମନ୍ଦିରରେ ରବିବାର ସଂଧ୍ୟାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ଯାତ୍ରା ଦେଖିବା ପାଇଁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଭକ୍ତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜଣାପଡିଛି । ଭଞ୍ଜ ରାଜବଂଶର ରାଜା ପ୍ରଶାନ୍ତ ଭଞ୍ଜ ସନ୍ଧ୍ୟାରେ ରଥରେ ଛେରା ପହଁରା କରିବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦେବୋତ୍ତର ବିଭାଗ ପକ୍ଷରୁ ଏହି ଯାତ୍ରା ପାଳିତ ହେଉଛି । ତେଣୁ ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ ଏବଂ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାତ୍ରା ଅନୁଷ୍ଟିତ ହୋଇଥିଲା । ଏହି ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଶଙ୍କାରେ ଭଞ୍ଜନଗର ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସେହିଭଳି ଭଞ୍ଜନଗର, ଭେଜିପୁଟ, ବଡକୋଦଣ୍ଡା, ପ୍ରମୁଖ ସ୍ଥାନରେ ରଥଯାତ୍ରା ପାଳିତ ହୋଇଯାଇଛି ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post