ଭଞ୍ଜନଗର ମୋ ନିୟୁଜ ଓଡିଶା ବ୍ଲକ ଦର୍ପଙ୍ଗିଆ ରେସିଡେନଷ୍ଟିଆଲ ସ୍କୁଲରେ ଜଣେ ଛାତ୍ରୀଙ୍କୁ ସାପ କାମୁଡ଼ି ଦେଇଥିଲା । ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରକାଶଥାଉକି ରବିବାର ରାତିରେ ହଷ୍ଟେଲରେ ଶୋଇଥିବା ସମୟରେ ଏକ ଚିଟି ସାପ ପ୍ରଥମଶ୍ରେଣୀର ଝିଅକୁ କାମୁଡି ଦେଇଥିଲା ସେ ଚିତ୍କାର କରିବା ପରେ ସମସ୍ତେ ନିଦରୁ ଉଠିଯାଇଥିଲେ । ପିଲାମାନେ ସାପ ଟିକୁ ଦେଖି ମାରିଦେଇଥିଲେ । ହଷ୍ଟେଲର କର୍ମଚାରୀ ମାନେ ଝିଅ ରିଧି ପ୍ରଧାନଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଆଣିବା ସହ ତାଙ୍କ ବାପା ଗୋବରସିଂ ପ୍ରଧାନକୁ ସୂଚନା ଦେଇଥିଲେ । ପରିବାର ଲୋକ ପଂହଁଚି ଥିଲେ । ଚିକିସ୍ଥା ସମୟରେ ସକାଳ ପ୍ରାୟ ୬ଟାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ମେଡ଼ିକାଲରେ କାନ୍ଦ ବୋବାଳି ସହ ଶୋକର ଛାୟା ଖେଳିଯାଇଛି ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା
Tags:
ଆଞ୍ଚଳିକ


