ମୋ ନିୟୁଜ ଓଡିଶା କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମଂଗଳବାର ବେଗୁନିଆପଡ଼ା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କରିଛନ୍ତି। ବ୍ଲକର ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ସମେତ ବହୁ ସରକାରୀ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ଶ୍ରୀ ନାୟକ। ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ସମ୍ପର୍କରେ ଆଲୋଚନା କରିବା ସହ କେଉଁ କେଉଁ କାର୍ଯ୍ୟ ଚାଲିଛି ସେ ନେଇ ସମୀକ୍ଷା କରିଥିଲେ। ବ୍ଲକରେ ଜନସାଧାରଣଙ୍କ ପ୍ରତିଟି କାର୍ଯ୍ୟ କିଭଳି ସୁରୁଖୁରୁରେ ହୋଇ ପାରିବ, ସାଧାରଣ ଲୋକଙ୍କୁ ଉତ୍ତମ ବ୍ଯବହାର ପ୍ରଦର୍ଶନ କରିବା, ଦୁର୍ନୀତିରୁ ଉର୍ଦ୍ଧ୍ବରେ ରହି କାର୍ଯ୍ଯ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ଏହି ଅବସରରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ସେଠୀ, ବିଜୟ କୁମାର ଦୋରା, ସରୋଜ କୁମାର ସାହୁ, ଭବାନୀ ପ୍ରସାଦ ମିଶ୍ର, ମୁନା ପଣ୍ଡା, ଗୁଣ୍ଡି ପରିଡା, ନୀଳାଞ୍ଚଳ ପାଢୀଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଧାୟକଙ୍କୁ ସ୍ବାଗତ ଜଣାଇଥିଲେ ।


