ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବେଗୁନିଆପଡ଼ା ପ୍ରାଥମିକ ଶିକ୍ଷକ ସଂଘ

ମୋ ନିୟୁଜ ଓଡିଶା ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ (ଏୟୁ ପି ଟି ଏଫ୍) ପକ୍ଷରୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସମ୍ବର୍ଦ୍ଧନା ଦିଆଯାଇଛି।ମଂଗଳବାର ଅପରାହ୍ନରେ ବିଧାୟକ ଶ୍ରୀ ନାୟକ ବେଗୁନିଆପଡ଼ା ବ୍ଳକ ଗସ୍ତ କରିଥିବା ବେଳେ ବ୍ଲକ ପରିସରରେ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶିକ୍ଷକ ମାନେ ସେମାନଙ୍କ କର୍ତ୍ତବ୍ୟରେ ଅବହେଳା ନକରି ନିଜ ନିଜର ଦାୟିତ୍ବକୁ ଠିକ୍ ଭାବେ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଧାୟକ ଶ୍ରୀ ନାୟକ। ସଂଘର 

ସଭାପତି ରବି ନାରାୟଣ ଶତପଥୀ, ସଂପାଦକ ସୁଧାକର ପରିଡ଼ା, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ବିଷୋୟୀ, ଅନ୍ଯାନ୍ଯ କର୍ମକର୍ତ୍ତା ଯଥା ପକଂଜ କୁମାର ବେହେରା, ତପନ କୁମାର ନାୟକ, ମମତା ସୁଆର, ବାବୁଲା ସେଠୀ, ଭଗବାନ ବେହେରା, ପ୍ରସନ୍ନ କୁମାର ବେହେରା, ଅଭିଜିତ୍ ପ୍ରସାଦ ସାହୁ, ବିଷ୍ନୁ ପ୍ରସାଦ ସିଂ, ରମେଶ ଚନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post