ଆବାସ ପାଇଁ ଲାଞ୍ଚ କାରବାର, ଅଡିଓ ଭାଇରାଲ।

 



ମାଲକାନଗିରି (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ନାକାମୁଣ୍ଡା ଗ୍ରାମରେ ଜଣେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେବାରେ ସାହାଯ୍ୟ ପାଇଁ ରୋଜଗାର ସେବକ ଜଣଙ୍କ ସହ ଆର୍ଥିକ କାରବାର ହୋଇଥିବା ନେଇ ଏକ ବାର୍ତ୍ତାଳାପ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଜଣାପଡିଛି। ଏହି ବାର୍ତ୍ତାଳାପରେ ପଡିଆ ପଞ୍ଚାୟତର ଗ୍ରାମୀଣ ରୋଜଗାର ସେବକ ନାକାମୁଣ୍ଡା ଗ୍ରାମର ଜଣେ ହିତାଧିକାରୀଙ୍କ ଠାରୁ କିଛି ଟଙ୍କା ନେଇଥିବା ବେଳେ ଏହି ଅର୍ଥ ମଧ୍ୟରୁ  ପାଞ୍ଚ ହଜାର ଟଙ୍କା ଲେଖାଏଁ ଦୁଇ କିସ୍ତିରେ ଫେରାଇ ଦେବା ସହ ବଳକା ଟଙ୍କା ସେହି ଗ୍ରାମର ହିତାଧିକାରୀଙ୍କ ଆକାଉଣ୍ଟରେ ପଇଠ କରିବା ନେଇ ସାନ୍ତ୍ଵନା ଦେଉଥିବା ଜଣାପଡ଼ିଛି। ଅପରପକ୍ଷେ ହିତାଧୀକାରି ଜଣଙ୍କ ସମସ୍ତ ଟଙ୍କା ଏକା ଥରକେ ଫେରାଇବା ପାଇଁ ଗୁହାରି କରୁଥିବା ବାର୍ତ୍ତାଳାପରୁ ଜଣାପଡୁଛି। ଉକ୍ତ ବାର୍ତ୍ତାଳାପରେ ରୋଜଗାର ସେବିକା କିଛି ଟଙ୍କା ଫୋନ ପେ ଓ ବଳକା ଟଙ୍କା ଶ୍ରମିକଙ୍କ ଆକାଉଣ୍ଟକୁ ଛାଡିବା ନେଇ ଆଲୋଚନା କରିବା ସମ୍ପୂର୍ଣ୍ଣ ଘଟଣାକୁ ସନ୍ଦେହ ଘେରକୁ ନେଇଛି। ଏ ବାବଦରେ ସମ୍ପୃକ୍ତ ଯୋଗାଣ ସେବୀକାଙ୍କୁ ପଚାରିବାରୁ ସେ କିଛି ଟଙ୍କା ଉକ୍ତ ହିତାଧିକାରୀଙ୍କ ଠାରୁ ଧାର ଆକାରରେ ନେଇଥିବା ସ୍ୱୀକାର କରିଥିଲେ ଓ ଏହି ଟଙ୍କା ଫେରାଇବା ନେଇ ବାର୍ତ୍ତାଳାପ କରିଥିବା କହିଛନ୍ତି। ଅନ୍ୟପଟେ ଏ ବାବଦରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଘଟଣାର ପ୍ରକୃତ ତଦନ୍ତ ପରେ ସରକାରୀ ଜନକଲ୍ୟାଣ ଯୋଜନା ରେ ଆର୍ଥିକ କାରବାର ହୋଈଛି କି ନାହିଁ ତାହା ଜଣାପଡିବ ବୋଲି କହିଛନ୍ତି।

Post a Comment

Previous Post Next Post