(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ପୁରୁଷୋତ୍ତମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ଜଣେ ଯୁବକ ହାଡିବନ୍ଧୁ ବେହେରା ଗତ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ପେଟପାଟଣା ଗୁଜୁରାଣ ତେମେଣ୍ଟାଈବା ପାଇଁ ସୁଦୂର ମୁମ୍ବାଇକୁ ଯାଈଥିବା ବେଳେ ଚଳିତ ମାସ ୧୩ ତାରିଖ ସନ୍ଧ୍ୟା ସମୟରେ ଅଚାନକ ଦେହ ଅସୁସ୍ଥ ହେବାରୁ ତାଙ୍କ ଗ୍ରାମ କିଛି ଯୁବକ ମାନେ ହାଡିବନ୍ଧୁକୁ ମୁମ୍ବାଇର ଏକ ସରକାରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ l କିନ୍ତୁ ୧୪/୦୭ ତାରିଖରେ ସକାଳ ସମୟରେ ତାର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଜଣାଇଥିଲେ l ଗ୍ରାମକୁ ଶବ ଆଣିବାକୁ ସକ୍ଷମ ନଥିବାରୁ ଗ୍ରାମରୁ ନିଜ ଭିନ୍ନକ୍ଷମ ଭଉଣୀ ମୁମ୍ବାଇ ଗଲାପରେ ପୋଲିସ ଠାରୁ ଶବ ଗ୍ରହଣ କରି ମୁମ୍ବାଇ ହିଁ ଶବ ସଂସ୍କାର ହୋଇଥିଲା l ଆଜି ଦ୍ୱାଦଶ କାର୍ଯ୍ୟକ୍ରମରେ ହାଡିବନ୍ଧୁ ବେହେରାଙ୍କର ଶ୍ରଦ୍ଧାଞ୍ଜଳି ଦେବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ଵରଙ୍କ ନିକଟରେ ପାର୍ଥନା କରି ପୁରୁଷୋତ୍ତମପୁର କାଳିମନ୍ଦୀର ସ୍ଥିତ ଜ୍ୟୋତି ନଗର କାଳିମନ୍ଦୀର ଗୌଡ଼ ଦଣ୍ଡପାର୍ଟି କୋଠ ଘରରେ ଚାଙ୍ଗୁଡି଼ଅପଦର ସାହି ଗଣେଷ ପୂଜା କମିଟି ଏବଂ ଏନଏସି କାଉନସିଲର ଅଶୋକ କୁମାର ମହାଙ୍କୁଡଙ୍କ ସଂଯୋଜନା ରେ ରକ୍ତଦାନ ଶିବିର ଆୟୋଜିତ କରିଥିଲେ l ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ଡ଼କ୍ଟର ଏମ୍ ଏମ୍ ମାରାଣ୍ଡି, ସୁଜିତ କୁମାର ସାହୁ, ରିଙ୍କୁ ସାହୁ, ସୁଶାନ୍ତ କୁମାର ପାଣିଗ୍ରାହୀ, ଆର ଏଚ ପଣ୍ଡା, ଅମୁଲ୍ୟ ବେହେରା, ଡି କେ କର୍କୀ, ଏସ କେ ପଣ୍ଡା ପ୍ରମୁଖ ଯୋଗ ଦେଇ ୭୧ ୟୁନିଟି ରକ୍ତ ସଂଗ୍ରହ କରିଥିଲେ l ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥିଭାବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼,ସଂମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା,ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ପୂର୍ବତନ କାଉନସିଲର ପ୍ରେମାନନ୍ଦ ସାହୁ, ରବୀନ୍ଦ୍ର ମହାରଣା, ଈଶ୍ୱର ଗୌଡ଼, ଗଣେଷ ପୂଜା କମିଟି ସଭାପତି ନନ୍ଦନ ବେହେରା, ପୁରୁଷୋତ୍ତମପୁର କନଙ୍କେଶ୍ୱରୀ ଅଟୋ ସଂଘ ସଭାପତି ସଞ୍ଜୟ କୁମାର ଗୌଡ଼,ପରିବାର ମାର୍କେଟ ସଂଘ ସଭାପତି କିଶୋର ଚନ୍ଦ୍ର ଦାସ, ଏବଂ ଚାଙ୍ଗୁଡ଼ିଆପଦର ସାହିର ବହୁ ଯୁବକ ତାହାସହ ସହର ସବୁ ବର୍ଗର ସ୍ୱେଚ୍ଛାକୃତ ଭାବେ ଉପସ୍ଥିତ ରହି ରକ୍ତଦାନ କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ l ପ୍ରମୁଖ ସମାଜସେବୀ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l


