କୋଦଳା ଟାଟା ପାୱାର ର ମନମୁଖୀ କାର୍ଯ୍ୟ ରେ କାର୍ଯ୍ଯାଳୟ ଘେରାଉ କଲେ ସାନ ଉସ୍ତାପଡା ଗ୍ରାମବାସୀ

 


କୋଦଳା ମୋ ନିୟୁଜ ଓଡିଶା (୧୬/୦୭/୨୦୨୪) 

ଟାଟା ପାୱାରର ଅଘୋଷିତ ବିଦ୍ୟୁତ୍‌ କାଟ ହେଉଥିବାରୁ ଅତିଷ୍ଠ ହୋଇପଡିଲେଣି ଉପଭୋକ୍ତା । ଦିନ ଏବଂ ରାତିରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ ଯୋଗୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି।

ଟାଟା ପାୱାର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବାଠାରୁ ଉପଭୋକ୍ତାଙ୍କୁ ଉଚିତ ସେବା ଯୋଗାଇବା ପରିବର୍ତ୍ତେ କର୍ମଚାରୀଙ୍କ ଦ୍ୱାରା ଜୋର ଜବରଦସ୍ତ ବିଦ୍ୟୁତ୍‌ ଦେୟ ଆଦାୟରେ ବ୍ୟସ୍ତ ରହୁଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସାନ ଉସ୍ତାପଡା ସମେତ ଆଖପାଖ ଅଞ୍ଚଳରେ ଅଘୋଷିତ ବିଦ୍ଯୁତ କାଟ ଓ ଲୋ ଭୋଲଟେଜ୍ ଏବେ ବଡ଼ ସମସ୍ଯା ପାଲଟିଛି। ଯାହାକୁ ନେଇ ଗ୍ରାମବାସୀ ମଂଗଳବାର କୋଦଳା ଟାଟା ପାୱାର ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ଘେରାଉ କରିଥିଲେ। ଦୈନିକ ୮ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତକାଟ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ଗ୍ରାମବାସୀ ।ସୂଚନା ଅନୁସାରେ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସାନ ଉସ୍ତାପଡା ସମେତ ଆଖପାଖ ଅଞ୍ଚଳରେ ମନଇଛା ବିଦ୍ଯୁତ କାଟ ହେଉଛି। ଏଭଳି ଅଭିଯୋଗ କରି ମଂଗଳବାର ଉକ୍ତ ଗ୍ରାମର ବହୁ ଯୁବଗୋଷ୍ଠୀ କୋଦଳା ଟାଟା ପାୱାର ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ତୁରନ୍ତ ସମସ୍ଯା ସମାଧାନ କରିବାକୁ ଦାବି କରିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଲିଖିତ ଅଭିଯୋଗ କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ସହ ବହୁ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ଦେଖିବାକୁ ମିଳିଥିଲା। ତେବେ ଅଭିଯୋଗକୁ ନେଇ ଉପରିସ୍ଥ ଅଧିକାରୀକଂ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ଯନ୍ତ୍ରୀ। ସମାଧାନ ନହେଲେ ଗ୍ରାମବାସୀ ଆଗାମୀ ଦିନରେ ଟାଟା ପାୱାର କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Post a Comment

Previous Post Next Post