କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଶଧର ନାଗସାପ ଉଦ୍ଧାର

 


କୋଦଳା ମୋ ନିୟୁଜ ଓଡିଶା (୧୬/୦୭ /୨୦୨୪) 

ମେଡିକାଲ ଭିତରୁ ଉଦ୍ଧାର ହେଲା ବିଶଧର ନାଗ ସାପ। ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ପଶି ଯାଇଥିଲା ନାଗ ସାପ। ମଂଗଳବାର ଏହାକୁ ଉଧାର କରାଯାଇଥିବା ଦେଖିବାକୁ ମିଳିଛି। ବିଶଧର ନାଗ ସାପକୁ ଦେଖି ମେଡିକାଲ କର୍ମଚାରୀ ଭୟଭୀତ ହୋଇ ଯାଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଟିକେଟ କାଉଣ୍ଟର କେନ୍ଦ୍ର ଭିତରେ ପଶି ଯାଇଥିଲା ଏକ କୋଳଥିଆ ନାଗ ସାପ । ସାପକୁ ଦେଖି କର୍ମଚାରୀ ଡରିଯିବା ସହ ସ୍ନେକହେଲ୍ପ ଲାଇନ କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ କର୍ମଚାରୀ ନବ କିଶୋର ସ୍ୱାଇଁ ଆସି ଉକ୍ତ ସାପକୁ ଧରି ନିକଟସ୍ଥ ଜଙ୍ଗଲ କୁ ନେଇ ଛାଡିଥିଲେ ।

Post a Comment

Previous Post Next Post