ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପୁଲିସ କୁଟ୍ରୁ-ବେଦରେ ରାସ୍ତାରେ ଆମ୍ବେଲି ନାଳ ସମ୍ମୁଖରେ ଥିବା ପାଇପ୍ ବ୍ରିଜ୍ ତଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୧୦ କିଲୋର ଆଇଇଡି ଜବତ କରିବା ପରେ ଘଟଣା ସ୍ଥଳରେ ଆଇଇଡିକୁ ନିଷ୍କ୍ରିୟ କରିଛି ପୁଲିସ।
ବିଜାପୁର ଜିଲ୍ଲା କୁଟ୍ରୁ ଥାନା ପୁଲିସ , ଡିଆରଜି ଏବଂ ବୋମା ନିଷ୍କ୍ରିୟ ଟିମ୍ ମାଓବାଦୀଙ୍କ ମନ୍ଦ ଉଦ୍ଦେଶ୍ୟକୁ ବିଫଳ କରିଛନ୍ତି। ମାଓବାଦୀ ସଂଗଠନ ପକ୍ଷରୁ ୨୮ ଜୁଲାଇରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ମାନେ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଁଞ୍ଚାଇବା ଉଦେଶ୍ୟରେ ଆଇଇଡି ଖଞ୍ଜି ଥିଲେ।
ସୁରକ୍ଷାକର୍ମୀ ମାନେ ଚତୁରତାର ସହ ଆଇଇଡିକୁ ଚିହ୍ନଟ କରି କମାଣ୍ଡ ସୁଇଚ୍ ସିଷ୍ଟମ ମାଧ୍ୟମରେ ଲଗାଯାଇଥିବା ଆଇଇଡିକୁ ନିଷ୍କ୍ରିୟ କରିଥିବା ବିଜାପୁର ପୁଲିସ ସୂଚନା ଦେଇଛି।