(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା ମୋ ନିୟୁଜ ଓଡିଶା : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ସ୍ୱଚ୍ଛ, ସୁନ୍ଦର ଓ ବାହାରେ ମଳ,ମୁତ୍ର ତ୍ୟାଗ ନ କରିବା ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ କୋଟି କୋଟି ଟଙ୍କା ଆସୁଛି। ଆସିକା ବିଜ୍ଞାପିତ ଅଞ୍ଚଳ ରେ ବି ହୋଈଛି ହେଲେ ଉନ୍ନତ ମାନର ହୋଇନି। ବିଲ୍ ହୋଈଛି, ଆସିକା ର କୋର୍ଟ, ମେଡିକାଲ,କାଳୀମୁଖୀ ସାହୀ, ଦଣ୍ଡକାଳୀ ମନ୍ଦିର, ବସଷ୍ଟାଣ୍ଡ, ତହସିଲ କାର୍ଯ୍ୟାଳୟ ପାଖରେ,କ୍ଷୀର ଫ୍ୟାକ୍ଟ୍ରି ପାଖରେ,ତାଲୁକା ରୋଡ, ଏମିତି ଆସିକା ବିଜ୍ଞାପିତ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଲୋକଙ୍କ ସୁବିଧା ପାଈଁ ଲକ୍ଷ୍ୟ ଲକ୍ଷ ଟଙ୍କା ବ୍ୟୟରେ ଶୈ।ଚାଳୟ ନିର୍ମାଣ ହୋଇଛି। କିନ୍ତୁ ଦୁଃଖର ବିଷୟ ଆସିକା କୁ ଆସୁଥିବା ଯାତ୍ରୀ ମାନେ ଲକ୍ଷ ଲକ୍ଷ ଟଙ୍କା ରେ ତିଆରି ହୋଈଥିବା ଶୈ।ଚାଳୟ କୁ ଯାଉ ନାହାଁନ୍ତି।କାରଣ ସଫା ସୁତରା ନାହିଁ। କିଛି ଶୈ।ଚାଳୟରେ କବାଟ ନାହିଁ ତ ଅପରିଷ୍କାର ଅବସ୍ଥାରେ ପଡିଛି। ଏମିତି ଅସୁରକ୍ଷିତ ଅବସ୍ଥାରେ ଜଣେ ସ୍ତ୍ରୀଲୋକ କେମିତି ଯିବ। ବାଧ୍ୟ ହୋଈ ଆସିକା କୁ ଆସୁଥିବା ଯାତ୍ରୀ ମାନଙ୍କ ସାହାରା ପାଲଟିଛି ପ୍ରକୃତି ଦ୍ଵାରା ତିଆରି ହୋଈଥିବା ବଡ଼ ନଦୀ, ଋଷିକୂଲ୍ୟା ନଦୀ କୁ ଶୈ।ଳଚାଳୟ ଭାବେ ବ୍ୟବହାର କରୁଛନ୍ତି। ଆସିକା ଏନ୍ ଏ ସି ଏଗୁଡା କୁ ସଜାଡିବା ପାଇଁ ଆଗ୍ରହ ନାହିଁ। ଆସିକା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଷ୍ଟାଫ୍ ମାନଙ୍କୁ ଖୁସି କରିବା ପାଇଁ ଆସିକା ଏନ୍ ଏ ସି ବାହ୍ୟ ମଳ ରୁ ମୁକ୍ତ ବୋଲି ସଫେଈ ଦେଉଛନ୍ତି। ଆସିକା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଷ୍ଟାଫ୍, ସ୍ଵଚ୍ଛ ସାଥୀ ମାନେ ଯଦି ଠିକ୍ ବୁଲି ଦେଖିଲେ ଜଣା ପଡିବ ଆସିକା କୁ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା କେମିତି ବିଲ୍ କରି ଅଫିସର୍ ମାନେ ମାଲା ମାଲ ଅଛନ୍ତି ଏହା ଓଡ଼ିଶା ସରକାର ଙ୍କ ଦ୍ବାରା ଉଚ ସ୍ତରୀୟ ତଦନ୍ତ ହବା ଆବଶ୍ୟକ। କିଏ କିଏ ଏଥି ପାଇଁ ଦାୟୀ ସେମାନଙ୍କୁ ତଦନ୍ତ କରି ଦଣ୍ଡ ଦବା ପାଇଁ ସାଧାରଣ ଜନତା ଦାବି କରୁଛନ୍ତି।