( ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଡାଇମଣ୍ଡ ଜୁବୁଲି ଟାଉନ ହଲ ପରିସରରେ ରିଏଲଷ୍ଟାର ଡ୍ୟାନ୍ସ ଏକାଡେମୀ ତରଫରୁ ସମର ଧମାକା - 2024 ଅନୁଷ୍ଠିତ ହୋଇଯାଇଛି l ଏକାଡେମୀ ନିର୍ଦେଶକ ତଥା ନୃତ୍ୟଗୁରୁ ପ୍ରଦୀପ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିରୂପେ ବରିଷ୍ଟ ଡାକ୍ତର ସୁନିଲ କୋଟା, ଡା.ଶୃତି ଜାମୁଲା, ଇଂ. ନମିତା ସେଠୀ, ନିର୍ମଳା ଦାସ, ଗୁରୁ ପୂର୍ଣ୍ଣଚନ୍ଦ୍ର ଦାସ, ସମାଜସେବୀ ଅଜିତ ସ୍ୱାମୀ ପାତ୍ର, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ଡାକ୍ତର ସ୍ଵାତି ଦାସ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ବହୁ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ରଶ୍ମିତା ଦଳେଇ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ l


