ମୋ ନିୟୁଜ ଓଡିଶା
ବ୍ରହ୍ମପୁର ବଡ଼ ମେଡିକାଲରେ ଗତକାଲି ରାତିରେ ଆଉ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମୃତକ କୋରାପୁଟର ୧୦ ବର୍ଷର ବାଳକ ଦୀପୁନା ବୋଲି ସୂଚନା ମିଳିଛି। ଗୁରୁବାର ସକାଳ ୯ ଘଣ୍ଟା ସମୟରେ ସୂଚନା ଦିଆଯାଇଛି ।
ପୂର୍ବରୁ ରାୟଗଡ଼ାର ଜଣେ ନାବାଳିକାର ମୃତ୍ୟୁ ଘଟିଥିଲା।MKCGରେ ଏବେ ୩ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁସାରେ ବ୍ରହ୍ମପୁର ଏମ୍ କେ ସି ଜି ର ଶିଶୁ ବିଭାଗ ଆଇସୋଲେସନ୍ ୱାର୍ଡରେ ୩ ଜଣ ଡିପଥେରିଆ ରୋଗୀ ଚିକିତ୍ସତ ହେଉଛନ୍ତି ।
ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଣ୍ଟିବାୟୋଟିକ ଦ୍ଵାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ । ତେବେ ଯେହେତୁ ଏହା ବାୟୁ ଦ୍ୱାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।