ମୋ ନିୟୁଜ ଓଡିଶା
ଘଟଣା ଘଟିଛି ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମୁଣ୍ଡଳ ଗ୍ରାମରେ। ପାଟପୁର ଥାନା କଂସାମାରି ଗ୍ରାମର ସୁନୀଲ କୁମାର ସାହୁ (୨୪) ସୁମଣ୍ଡଳ ଗ୍ରାମର ଜଣେ ୨୧ ବର୍ଷୀୟା ଯୁବତୀକୁ ଭଲ ପାଉଥିଲେ। ସୁନୀଲ ଆଜି ନିଜ ଗ୍ରାମରୁ ସୁମଣ୍ଡଳକୁ ପ୍ରେମିକା କୁ ଦେଖାକରିବାକୁ ଆସିଥିବା ବେଳେ କୌଣସି କାରଣ କୁ ନେଇ ଉଭୟ ଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁନୀଲ ଜୀବନ ହାରିବା ଉଦେଶ୍ୟ ରେ ନିଜ ପେଟ କୁ ନିଜେ ଛୁରୀ ରେ ଭୁସି ଦେଇଥିଲେ। ପେଟ ର ଦୁଇଟି ସ୍ଥାନ ରେ ଛୁରୀ ଦ୍ୱାରା ଗଭୀର ଆଘାତ ହେବା ପରେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ମେଡିକାଲ ରେ ପହଂଚି ଆହତ ପ୍ରେମିକ କୁ ପଚରାଉଚରା କରିଥିଲେ।
Tags:
ଆଞ୍ଚଳିକ